କେନ୍ଦୁଝର : ବୁଢ଼ା ବୟସରେ ଭତ୍ତା,ରାସନ କାର୍ଡ ଓ ଘର ଖଣ୍ଡେ ପାଇଁ ସଂଘର୍ଷ କରୁଛି ମାନସ ତାମୁଡିଆଙ୍କ ପରିବାର

54

କନକ ବ୍ୟୁରୋ : ଜନ୍ମ ହେବା ଠାରୁ ମୃତ୍ୟୁ ଯାଏ ସରକାରଙ୍କର ରହିଛି ଅନେକ ଯୋଜନା । ହେଲେ,ଏସବୁ ଯୋଜନା କେତେ କାର୍ଯ୍ୟକାରୀ ହେଉଛି ତାର ବାସ୍ତବ ଚିତ୍ର ଯୋଡା ବ୍ଲକ୍ ଅନ୍ତର୍ଗତ ଜୁରୁଡି ପେଂଠେଇ ବସ୍ତିର ମାନସଙ୍କ ପରିବାରକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି । ବୁଢ଼ା ବୟସରେ ଭତ୍ତା,ରାସନ କାର୍ଡ ଓ ଘର ଖଣ୍ଡେ ପାଇଁ ସଂଘର୍ଷ କରୁଛି ମାନସ ତାମୁଡିଆଙ୍କ ପରିବାର । ବୟସ ୮୦ଛୁଇଁଲାଣି । ବଳ ବୟସ ଥିବା ବେଳେ କାମ କରି ପେଟ ପୋଷୁଥିଲେ ।

ଏବେ ରୋଗବ୍ୟାଧି ମାଡି ବସିବାରୁ ଆଉ କାମ କରିବାକୁ ଅକ୍ଷମ । ସ୍ତ୍ରୀ ମୁକୁରୁମୁତି ତାମୁଡିଆ ଜଙ୍ଗଲରୁ ଜାଳ କାଠ ସଂଗ୍ରହ କରି ଯେଉଁ ଦିପଇସା ରୋଜଗାର କରନ୍ତି ସେଥିରେ ୩ପ୍ରାଣୀଙ୍କ ଚଳିବା ଅସମ୍ଭବ ହୋଇପଡୁଛି । ଗୋଟିଏ ବୋଲି ପୁଅ ନାଁ ରଇଦାସ, ସେ ରୋଗରେ ପଡି ଘାଂଟି ହେଉଛି । ଏପର୍ଯ୍ୟନ୍ତ ସରକାରଙ୍କର କୌଣସି ଯୋଜନା ମାନସଙ୍କ ନିକଟରେ ପହଂଚି ପାରି ନାହିଁ । ଏନେଇ ଯୋଡା ବିଡିଓଙ୍କୁ ଯୋଗାଯୋଗ କରିବାରୁ ମାନସଙ୍କ ପରିବାରକୁ ସେ ଯଥାସମ୍ଭବ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।