ସାବଧାନ୍, ମାଟି ତଳେ ବିଷ! ରାଜ୍ୟର ୬ଟି ଜିଲ୍ଲାର ଭୂତଳ ଜଳରେ ରହିଛି ମାତ୍ରାଧିକ ଫ୍ଲୋରାଇଡ, ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ । ଥରେ ଦେଖିନିଅନ୍ତୁ ତାଲିକାରେ ଆପଣଙ୍କ ଜିଲ୍ଲା ନାହିଁ ତ?
କନକ ବ୍ୟୁରୋ : ରାଜ୍ୟରେ ଲଗାତାର ଭାବେ ଜଳସମସ୍ୟା ଦେଖିବାକୁ ମିଳୁଛି । ଗ୍ରୀଷ୍ମ ଆସିବା ପୂର୍ବରୁ ହିଁ ରାଜ୍ୟରେ ଜଳକଷ୍ଟ ଦେଖିବାକୁ ମିଳିଲାଣି । ଏପରିକି ଭୂତଳ ଜଳ ଧୀରେ ଧୀରେ କମିବା ନେଇ ବିଭିନ୍ନ ସମୟରେ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି । ତେବେ ରାଜ୍ୟରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ତେବେ କେଉଁ ସବୁ ଜିଲ୍ଲାରେ ଭୂତଳ ଜଳସ୍ତର ହ୍ରାସ ପାଉଛି କେଉଁ ଅଞ୍ଚଳରେ ଭୂତଳ ଜଳରେ ମାତ୍ରାଧିକ ଫ୍ଲୋରାଇଡ ରହିଛି । ତାହାର ସବିଶେଷ ଉତ୍ତର ବିଧାନସଭାରେ ରଖିଛନ୍ତି ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ।
Kanak News is now on WhatsApp
Join and get latest news updates delivered to you via WhatsApp
ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟର ଭୂତଳ ଜଳସ୍ତର ହ୍ରାସ ଓ ବୃଦ୍ଧି ନିରୀକ୍ଷଣ କାର୍ଯ୍ୟ ଜଳସମ୍ପଦ ବିଭାଗ ଦ୍ୱାରା କରାଯାଉଛି । କିନ୍ତୁ ଜଳ ଅମଳ ଜରିଆରେ ଭୂତଳ ଜଳସ୍ତର ବୃଦ୍ଧି ନିମନ୍ତେ ଏଯାଏଁ କୌଣସି ଅର୍ଥ ବିଭାଗ ଦ୍ୱାରା ବିନିଯୋଗ କରାଯାଇନାହିଁ ।
ସେହିଭଳି ଅନୁଗୁଳ, ବରଗଡ, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, ନୟାଗଡ, ନୂଆପଡା ଜିଲ୍ଲା ଗୁଡିକର କିଛି ଅଞ୍ଚଳରେ ଭୂତଳ ଜଳରେ ମାତ୍ରାଧିକ ଫ୍ଲୋରାଇଡ ରହିଛି । ତେବେ ଏହି ସବୁ ଅଞ୍ଚଳରେ ଭୂପୃଷ୍ଠ ଜଳକୁ ବିନିଯୋଗ କରି ପାଇପ ଯୋଗେ ଜଳଯୋଗାଣ ବ୍ୟବସ୍ଥା କରାଯାଇଛି । ଏହିସବୁ ଅଞ୍ଚଳରେ ଥିବା ନଳକୂପମାନଙ୍କରେ ଡିଫ୍ଲୋରିଡେସନ ପ୍ଲାଣ୍ଟ ସ୍ଥାପନ କରାଯାଇ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି । ତେବେ ଫ୍ଲୋରାଇଡ ଯୁକ୍ତ ଜଳଯୋଗୁଁ ଦୂରାରୋଗରେ ଲୋକମାନେ ପୀଡିତ ଥିବା କଥା ବିଭାଗ ଦୃଷ୍ଟିକୁ ଆସିନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।