ମହାରାଷ୍ଟ୍ରରେ କୃଷକଙ୍କ ଗର୍ଜନ : ପ୍ରାୟ ୩୦ ହଜାର ଚାଷୀଙ୍କ ୧୮୦ କିଲୋମିଟର ମାର୍ଚ୍ଚ

32

କନକ ବ୍ୟୁରୋ : ମହାରାଷ୍ଟ୍ର ସରକାର ଚାଷୀମାରଣ ନୀତି ଆପଣେଇଥିବା ଦର୍ଶାଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ପ୍ରାୟ ୩୦ ହଜାରରୁ ଅଧିକ ଚାଷୀ ଏକାଠି ହୋଇ ବିଧାନସଭା ଆଡକୁ ଅଗ୍ରସର ହୋଇଛନ୍ତି । ଆସନ୍ତାକାଲି ସେମାନେ ବିଧାନସଭା ଘେରାଉ କରିବା କାର୍ଯ୍ୟକ୍ରମ ରହିଛି । ଚାଷୀମାନେ ଅଭିଯୋଗ କରିଛନ୍ତି, ପ୍ରତିଶ୍ରୁତି ରକ୍ଷା କରିବାରେ ମହାରଷ୍ଟ୍ର ସରକାର ବିଫଳ ହୋଇଛନ୍ତି । ଋଣଛାଡ ଓ ବକେୟା ବିଦ୍ୟୁତ ବିଲ ଛାଡ ସହ ସ୍ୱାମୀନାଥନ ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ସେମାନେ ଦାବି କରିଛନ୍ତି।

ଗତ ୬ ତାରିଖରୁ ନାସିକରୁ ଏହି ରାଲି ବାହାରିଛି । ୧୮୦ କିଲୋମିଟର ବ୍ୟାପୀ ଏହି ମାର୍ଚ ଚାଲିଛି । ଆସନ୍ତାକାଲି ମୁମ୍ବାଇରେ ପଂହଚିବା ପରେ ବିଧାନସଭା ଘେରାଉ କରିବେ ଆନ୍ଦୋଳନକାରୀ । ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସର୍ବଭାରତୀୟ କିଷାନ ସଭା ପକ୍ଷରୁ ଏହି ମାର୍ଚର ଆୟୋଜନ କରାଯାଇଛି । ମୁମ୍ବାଇରେ ପଂହଚିବାବେଳେକୁ ଚାଷୀଙ୍କ ସଂଖ୍ୟା ୫୦ରୁ ୬୦ ହଜାର ହେବ ବୋଲି ଆକଳନ କରାଯାଉଛି ।