ଭୂକମ୍ପ ଝଟକାରେ ଥରିଲା ରାଜଧାନୀ ଦିଲ୍ଲୀ । ରିକ୍ଟର ସ୍କେଲରେ ଭୂମିକମ୍ପର ତ୍ରୀବତା ୬.୪, ଜମ୍ମୁ ଓ କାଶ୍ମୀରରେ ମଧ୍ୟ ଭୂକମ୍ପର ଜୋରଦାର ଝଟକା

924

କନକ ବ୍ୟୁରୋ : ଭୂମିକମ୍ପ ଝଟକାରେ ଥରିଲା ଦେଶର ରାଜଧାନୀ । ଦିଲ୍ଲୀ-ଏନସିଆର ଅଞ୍ଚଳରେ ଭୂମିକମ୍ପ ଝଟକା । ରିକ୍ଟର ସ୍କେଲରେ ୬.୪ ତ୍ରୀବତାର ଭୂକମ୍ପର ଝଟକା ଦିଲ୍ଲୀ-ଏନସିଆରରେ ଅନୁଭୂତ ହୋଇଛି । ସୂଚନା ଅନୁଯାୟୀ, ଶନିବାର ଅପରାହ୍ନ ୫ଟା ୫୦ ମିନିଟ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ହିନ୍ଦୁକୁଶ ପର୍ବତମାଳା ବୋଲି ସୂଚନା ମିଳିଛି । ଏହାଛଡା ଦିଲ୍ଲୀର ଗାଜିଆବାଦରେ ମଧ୍ୟ ଭୂକମ୍ପର ହାଲକା ଝଟକା ଅନୂଭୂତ ହୋଇଛି ।

ଭୂମିକମ୍ପ ହେବା ଜାଣିବା ପରେ ଉଚ୍ଚ ବିଲ୍ଡିଂରେ ରହୁଥିବା ଲୋକମାନେ ଭୟଭୀତ ଅବସ୍ଥାରେ ଘରୁ ବାହାରକୁ ଚାଲି ଆସିଛନ୍ତି । କେବଳ ଦିଲ୍ଲୀ ନୁହେଁ ଜମ୍ମୁ-କାଶ୍ମୀରରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଜମ୍ମୁ କାଶ୍ମୀରର ଅନେକ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ତେବେ କ୍ଷୟକ୍ଷତିର କୌଣସି ସୂଚନା ଏଯାଏଁ ମିଳିନି । ତେବେ ଉଭୟ ସ୍ଥାନରେ ଲୋକ ବାହାରକୁ ସୁରକ୍ଷିତ ସ୍ଥାନକୁ ଆସିବା ସହ ଭୟଭୀତ ଅବସ୍ଥାରେ ଅଛନ୍ତି ।