କେନ୍ଦ୍ରାପଡାରେ ଏନକାଉଣ୍ଟର: ପୋଲିସ ଗୁଳିରେ ଟିଟୋର ସହଯୋଗୀ କୁଖ୍ୟାତ ଅପରାଧି ବାବୁ ସାହୁ ଗୁରୁତର, ନାଁରେ ରହିଛି ୩ ହତ୍ୟା ସମେତ ୧୪ଟି ମାମଲା

29

କନକ ବ୍ୟୁରୋ: କେନ୍ଦ୍ରାପଡାରେ ଏନକାଉଣ୍ଟର । ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ବାବୁ ସାହୁକୁ ଛଘରିଆ ଇଛାପୁର ରାସ୍ତାରେ ଏନକାଉଣ୍ଟର କରିଛି କେନ୍ଦ୍ରାପଡା ପୋଲିସ୍ ଓ ଏସଟିଏଫର ମିଳିତ ଟିମ୍ । ବାବୁ ସାହୁ ନାରେ ରହିଛି ୩ଟି ହତ୍ୟା ସହିତ ୧୪ଟି ଅପରାଧିକ ମାମଲା ।

ତେବେ ଆଜି ଭୋର ୪ଟା ବେଳେ ଛଘରିଆରୁ ଇଛାପୁର ଆଡକୁ ଯାଉଥିବାବେଳେ ପୋଲିସ ଖବର ପାଇ ଧରିବାକୁ ଉଦ୍ୟମ କରିଥିଲା । ତେବେ ସେ ପୋଲିସ ଉପରକୁ ଗୁଳି କରିଥିଲା । ପୋଲିସ ପାଲଟା ଗୁଳି କରିବାରୁ ବାବୁର ଡାହାଣ ଗୋଡରେ ଗୁଳି ବାଜିଥିଲା । ଫଳରେ ବାଇକରୁ ପଡିଯାଇଥିଲା ବାବୁ । ତା ନିକଟରୁ ଗୋଟିଏ ବନ୍ଧୁକ ଜବତ କରିଛି ପୋଲିସ୍ ।