ନବୀନ ଆଗରେ ରହିଲେ, ଦେଶକୁ ବାର୍ତ୍ତା ଦେଲା ବିଜେଡ଼ି ।
ମହିଳା ଭୋଟରଙ୍କୁ ସନ୍ତୁଷ୍ଟ କରିବା ପାଇଁ ନବୀନ ମାଷ୍ଟ୍ରର ଷ୍ଟ୍ରୋକ ମାରି ଚାଲିଛନ୍ତି । ଯାହାକୁ ନେଇ ଏବେ ରାଜନୀତି କରିଡରରେ ଚର୍ଚ୍ଚା ଜୋର ଧରିଛି ।
କନକ ବ୍ୟୁରୋ: ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ସଂକଳ୍ପ ଆଣି ଦେଶରେ ଏବେ ବାହା ବାହା ସାଉଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଦୁଇ ଦିନ ପୂର୍ବେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡ଼ି ଚିଠି ଲେଖିଥିଲେ ନବୀନ । ବିଲ୍ ପାରିତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ନବୀନ ପଟ୍ଟନାୟକ । ଦେଶ ଓ ସମାଜ ଗଠନରେ ମିହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମହିଳାମାନେ ଶସକ୍ତ ହେଲେ ଦେଶ ସଶକ୍ତ ହେବ । ଲୋକ ସଂଖ୍ୟାର ଅଧା ହେଉଛନ୍ତି ମହିଳା । ତେଣୁ ବିକାଶ ଦିଗରେ ତଥା ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରିବାରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇ ଦେଶବାସୀଙ୍କ ମନ ଜିଣିଛନ୍ତି ନବୀନ ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଗକୁ ଆସୁଛି ୨୦୧୯ ସାଧାରଣ ନିର୍ବାଚନ । ଆଉ ସବୁ ବର୍ଗଙ୍କୁ ସନ୍ତୁଷ୍ଟ କରିବା ପାଇଁ ଲାଗିପଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମହିଳା କାର୍ଡ ଖେଳିଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ମହିଳା ଭୋଟରଙ୍କୁ ସନ୍ତୁଷ୍ଟ କରିବା ପାଇଁ ନବୀନ ମାଷ୍ଟ୍ରର ଷ୍ଟ୍ରୋକ ମାରି ଚାଲିଛନ୍ତି । ଯାହାକୁ ନେଇ ଏବେ ରାଜନୀତି କରିଡରରେ ଚର୍ଚ୍ଚା ଜୋର ଧରିଛି ।
୧- ଗତ କିଛି ଦିନ ପୂର୍ବେ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବା ପାଇଁ ସରକାର ତରଫରୁ ସଂକଳ୍ପ ପ୍ରସ୍ତାବ ଆଣି ରାଜନୀତି ଚଉକା ମାରିଦେଇଛନ୍ତି ନବୀନ । ଆଉ ଏହାକୁ ମଧ୍ୟ ବିରୋଧୀମାନେ ନବୀନଙ୍କୁ ସମର୍ଥନ ଜଣାଇ ପ୍ରସ୍ତାବକୁ ଗୃହରୁ ପାରିତ କରି ଅପର ହାଉସକୁ ପଠାଇବାକୁ ପୂର୍ଣ୍ଣ ସହମତି ପ୍ରକାଶ କରିଛନ୍ତି । ତେବେ ବିଜେଡ଼ି ସୁପ୍ରିମୋଙ୍କ ଏଭଳି ପଦକ୍ଷେପ ରାଜ୍ୟର ମହିଳା ବର୍ଗ ମାନଙ୍କ ହୃଦୟ ଜିଣିବା ଏକ ପ୍ରକାର ପ୍ରୟାସ ବୋଲି ରାଜନୀତି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।
୨- ଅନ୍ୟପଟେ ଗତ ଅଗଷ୍ଟ ୧୫ ତାରିଖ ଦିନ ମୋଦି କେୟାରକୁ ମାତ୍ ଦେବାକୁ ରାଜ୍ୟରେ ନିଜସ୍ୱ ସ୍ୱାସ୍ଥ୍ୟ ସେବା ଯୋଜନା ତଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କେବଳ ମହିଳାମାନଙ୍କୁ ୫ ଲକ୍ଷ ପରିବର୍ତ୍ତେ ୭ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ତେଣୁ ୨୦୧୯ ପୂର୍ବରୁ ନବୀନଙ୍କର ମହିଳା କାର୍ଡ ବିରୋଧୀଙ୍କୁ ଅକଳିଆରେ ପକାଇଛି।
୩- ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦେଇ ଆସୁଥିବା ସରକାର ପୁଣି ମିଶନ ଶକ୍ତିକୁ ନେଇ ଖେଳିଛନ୍ତି ବଡ଼ ବାଜି । ମିଶନ ଶକ୍ତିର ସହାୟିକାଙ୍କୁ ମାଗଣା ଫୋନ୍ ଯୋଗାଇ ଦେବାକୁ ନବୀନ ଘୋଷଣା କରିବା ପରେ ବିରୋଧୀ ଶିବିରରେ ଛନକା ପସିଛି । ମିଶନ ଶକ୍ତି, ମମତା ଯୋଜନା, ପଞ୍ଚାୟତ ଏବଂ ପୌର ଭୋଟରେ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ଆସନ ସଂରକ୍ଷଣ ବ୍ୟବସ୍ଥା କରି ନବୀନ ମହିଳାମାନଙ୍କର ମନ ଜିଣିଲେ। ଏହାସହ ଗାଁ ଗହଳିରେ ଅଙ୍ଗନବାଡ଼ି କର୍ମୀଙ୍କୁ ପ୍ରୋତ୍ସାହିତ କରି ମାତୃ ଏବଂ ଶିଶୁର ଯତ୍ନ ଉପରେ ଗୁରୁତ୍ୱ ଦେଇଥିଲେ ନବୀନ ସରକାର। ଏହି କାର୍ଡ ହିଁ ୨୦୧୪ରେ ଭଲ କାମ ଦେଇଥିବା ରାଜନୀତି ଶିବିରରେ ଆଲୋଚନା ହେଉଛି।
୪- କେବଳ ଏତିକି ନୁହେଁ ନିକଟରେ ଭୁବନେଶ୍ୱରରେ ପ୍ରାଥମିକ ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ‘ମୋ ବସ୍’ ସେବା ଜରିଆରେ ମଧ୍ୟ ବଡ଼ ଷ୍ଟ୍ରୋକ୍ ମାରିଛନ୍ତି ନବୀନ । ମୋ ବସ୍ ରେ ମହିଳା କଣ୍ଡକ୍ଟର ତଥା ବସ୍ ଗାଇଡଙ୍କ ପାଇଁ ୫୦ ପ୍ରତିଶତ ନିଯୁକ୍ତି ପ୍ରତିଶ୍ରୁତି ଦେଇଛନ୍ତି ନବୀନ । ଯାହାକୁ ନେଇ ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଛି ।
ତେବେ ନବୀନଙ୍କ ମହିଳା କାର୍ଡ ଖେଳିବାର ରହସ୍ୟ?
ସୂଚନା ମୁତାବକ ୨୦୧୪ରେ ୧ କୋଟି ୩୯ ଲକ୍ଷ ୮୭ ହଜାର ୧୮୩ ମହିଳା ଭୋଟରଙ୍କ ନାଁ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୧ କୋଟି ୪ ଲକ୍ଷ ୩୭ ହଜାର ୫୩୭ ମହିଳା ଭୋଟ ଦେଇଥିଲେ। ଅଧିକାଂଶ ମହିଳା ବିଜେଡି ସପକ୍ଷରେ ଭୋଟ ଦେଇଥିବା ରାଜନୀତି ବିଶେଷଜ୍ଞମାନେ ଉଚ୍ଛ ପ୍ରକାଶ କରିଥିଲେ । ମହିଳାଙ୍କ ଭୋଟ ପାଇଁ ୨୦୧୪ରେ ବିଜେଡି ନିର୍ବାଚନ ବୈତରଣୀ ପାର୍ ହୋଇଥିବା କୁହାଯାଉଥିବାରୁ ନବୀନ ୨୦୧୯ରେ ମଧ୍ୟ ମହିଳା ଭୋଟରଙ୍କ ଉପରେ ଫୋକସ୍ କରୁଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।
ଯଦି ୨୦୧୪ରେ ରାଜ୍ୟରେ ଚତୁର୍ଥ ଥର ପାଇଁ କ୍ଷମତାକୁ ଆସିଥିଲେ ନବୀନ । ୧୪୭ ଆସନରୁ ବିଜେଡି ଏକାକୀ ୧୧୭ଟିରେ ବିଜୟୀ ହୋଇଥିଲା ବିଜୁ ଜନତା ଦଳ । ଏହି ନିର୍ବାଚନରେ ପୁରୁଷଙ୍କ ତୁଳନାରେ ଅଧିକ ମହିଳା ଭୋଟର ବିଜେଡି ସପକ୍ଷରେ ଭୋଟ ଦେଇଥିବାରୁ ବିଜେଡି ଓଡ଼ିଶାରେ ପୁଣି ବିଜୟବାନା ଉଡ଼ାଇବାରେ ସମର୍ଥ ହୋଇଥିବା ଦେଖିବାକୁ ମିଳିଥିଲା । ୨୦୧୪ର ସଫଳତାକୁ ନବୀନ ପୁଣି ୨୦୧୯ରେ ପ୍ରୟୋଗ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ମହିଳା ଭୋଟରଙ୍କ ଭୋଟକୁ ଦୃଷ୍ଟିରେ ରଖି ନବୀନ ଏବେଠାରୁ ଗୋଟି ଚାଳନା କରିବା ଆରମ୍ଭ କରିଛନ୍ତି।