ମନ୍ଦିର ଦର୍ଶନ ସାରି ଫେରୁଥିଲେ ଘାଟି ତଳକୁ ଖସିଗଲା ବସ ! ଚାଲିଗଲା ୪୫ ଜୀବନ ।

85

ଭଗବାନଙ୍କ ଦର୍ଶନ ସାରି ଫେରୁଥିଲେ ଭଗବାନଙ୍କ ପାଖକୁ ଚାଲିଗଲେ । ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ତେଲେଙ୍ଗାନାର ଜାଗିତ୍ୟାଲ ଜିଲ୍ଲାରେ । ଆଜି ହନୁମାନ ଦର୍ଶନ ସାରି ବେଶ ଖୁସି ମନରେ ଫେରୁଥିଲେ ଘରକୁ । କିନ୍ତୁ ବାଟରେ ଘଟିଗଲା ଏକ ମର୍ମନ୍ତୁଦ ଦୁର୍ଘଟଣା । ଚାଲିଗଲା ୪୫ ଜୀବନ ।

ତେଲେଙ୍ଗାନାର ଜାଗତିଆଲ ଅଞ୍ଚଳରେ ଏକ ସରକାରୀ ବସ ଘାଟି ତଳକୁ ଖସିପଡିବା ଫଳରେ ୬ ଜଣ ଶିଶୁଙ୍କ ସମେତ ମୋଟ ୧୬ରୁ ଅଧିକ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଏହାସହ ୩୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।

ସୂଚନା ଅନୁଯାୟୀ, କୋଣ୍ଡାଗାଟ୍ଟୁରୁ ଜାଗତିଆଲ ଅଭିମୁଖେ ଆସୁଥିବା ବସ୍ ସାନିଭାରପେଟ ଗ୍ରାମ ନିକଟରେ ଥିବା ଘାଟି ନିକଟରେ ଭାରସମ୍ୟ ହରାଇ ତଳକୁ ଖସି ପଡିଥିଲା । ୫୦ରୁ ଉଦ୍ଧ୍ୱର୍ ଯାତ୍ରୀ ଏହି ବସରେ ଯାତ୍ରା କରୁଥିଲେ । ଦିନ