ରାସ୍ତାରେ ମାଳମାଳ ହେଉଥିବା ପଶୁଙ୍କ ଉପରେ ନଜର ରଖିବ ସିସିଟିଭି ! ଖୁବଶୀଘ୍ର ଏହି ଯୋଜନା ହେବ କାର୍ଯ୍ୟକାରୀ ।

53

ନଗର ନିଗମ ଏଣିକି ବାହାରେ ବୁଲୁଥିବା ପଶୁମାନଙ୍କ ଉପରେ ସିସିଟିଭି ଜରିଆରେ ନଜର ରଖିବ । ଏଥିପାଇଁ ପ୍ରଥମେ ସେହି ସବୁ ସ୍ଥାନ ମାନଙ୍କୁ ଚିହ୍ନଟ କରାଯିବ, ଯେଉଁଠି ପଶୁମାନଙ୍କର ସବୁଠାରୁ ଅଧିକ ଅସୁବିଧା ହୋଇଥାଏ । ଚିହ୍ନଟ ହେବା ପରେ ସେହି ସ୍ଥାନ ମାନଙ୍କରେ ସିସିଟିଭି ଇନଷ୍ଟଲ୍ ହେବାର କାର୍ଯ୍ୟ ଆରମ୍ଭ କରାଯିବ । ଏହି ବ୍ୟବସ୍ଥା ମୋହାଲି ଠାରେ ହେବାକୁ ଯାଉଛି । ରାସ୍ତାକୁ ପଶୁମାନେ ସମ୍ପୂର୍ଣ୍ଣ ଭାବେ କବଜା କରିଦେଉଛନ୍ତି । ଯେଉଁଥିପାଇଁ ଏଭଳି ପଦକ୍ଷେପ ନିଆଯିବାର ନିଷ୍ପତ୍ତି ନିଆଯାଇଛି ।

ନିଗମ ଅଧିକାରୀମାନଙ୍କ କହିବା ଅନୁଯାୟୀ, ଏହି ଗୃହପାଳିତ ପଶୁମାନେ ରାସ୍ତା ଉପରକୁ ଆସିବା ପାଇଁ ଲୋକମାନେ ମଧ୍ୟ ଦାୟୀ  ଅଟନ୍ତି । ଲୋକମାନେ ଏହି ପଶୁମାନଙ୍କୁ ରୁଟି ସମେତ ଅନେକ ଖାଦ୍ୟ ସାମଗ୍ରୀ ଦେଇଥାନ୍ତି । ଯେଉଁଥିପାଇଁ ସେମାନେ ସେହି ସ୍ଥାନରେ ଆଡ୍ଡା ବନାଇ ଦେଇଥାନ୍ତି । ଆଉ ଏଥିପାଇଁ ଅନେକ ଦୁର୍ଘଟଣା ମଧ୍ୟ ଘଟିଥାଏ । ମୋହାଲି ନଗର ନିଗମ ପକ୍ଷରୁ ମାର୍କେଟ୍ ଏବଂ ଟ୍ରାଫିକ୍ ଲାଇଟରେ ସିସିଟିଭି କ୍ୟାମେରା ଲଗାଯିବ । ଏଥିପାଇଁ ଅତିରିକ୍ତ ବଜେଟ ମଧ୍ୟ ପାସ କରାଯାଇଛି । ଏବଂ ସେହି ସବୁ ସ୍ଥାନ ମାନଙ୍କର ଚିହ୍ନଟ ମଧ୍ୟ କରାଯାଇଛି, ଯେଉଁଠି ସିସିଟିଭି ଲଗାଯିବାର ଆବଶ୍ୟକତା ରହିଛି । ମେୟର କୁଲବନ୍ତ ସିଂହ କହିଛନ୍ତି, ପଶୁମାନଙ୍କ ଉପରେ ନଜର ରଖିବାକୁ ଲାଗିବାକି ଥିବା ସିସିଟିଭିର କାମ ସେହି କମ୍ପାନୀକୁ ଦିଆଯିବ, ଯିଏ ସେମାନଙ୍କୁ ଧରିବାର ଠିକା ନେବ । କ୍ୟାମେରା ଠିକାଦାର ଲଗଇବେ ସତ କିନ୍ତୁ ଏହାର କଣ୍ଟ୍ରୋଲ ରୁମ୍ କମିଶନରଙ୍କ ରୁମରେ ରହିବ ।