ବନାବିରା ଗୁଳିକାଣ୍ଡ ଘଟଣା ! ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ଗିରଫ କଲା ପୁଲିସ, ମୁଖ୍ୟମନ୍ତ୍ରୀ କହିଲେ, ଦୋଷୀଙ୍କୁ ମିଳିବ ଦଣ୍ଡ

34

କନକ ବ୍ୟୁରୋ: ବନାବିରା ଗୁଳିକାଣ୍ଡ ଘଟଣାରେ ପୁଲିସର ଛାନଭିନ । ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ଗିରଫ କଲା ପୁଲିସ । ପଦ୍ମପୁର ଏସଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ନେତୃତ୍ୱରେ ତାଙ୍କ ଘରକୁ ଏକ ଟିମ୍ ଯାଇ ଜୟନାରାୟଣ ମିଶ୍ର ଓ ତାଙ୍କର ଜଣେ ସହଯୋଗୀ ଶିବୁଙ୍କୁ ମଧ୍ୟ ପଚରାଉଚରା କରଥିଲା । ଏହାପରେ ତାଙ୍କୁ ଘରୁ ଉଠାଇ ଆଣି ଗିରଫ କରିଛି ପୁଲିସ । ଏନେଇ ପଦ୍ମପୁର ଏସଡିପିଓ ସୂଚନା ଦେଇଛନ୍ତି । ଜୟ ନାରାୟଣ ଓ ତାଙ୍କ ସହଯୋଗୀଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ପୂର୍ବ ବନବିରା ଗୁଳିକାଣ୍ଡ ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଥିଲା । ଏବେ ସୁଦ୍ଧା ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଥିବା ଏସଡିପିଓ ସୂଚନା ଦେଇଛନ୍ତି ।

ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟ ନାରାୟଣ ମିଶ୍ରଙ୍କୁ ପୁଲିସ ଉଠାଇ ନେବା ବେଳେ ବିଜେପି ମହିଳା ମୋର୍ଚ୍ଚା କର୍ମୀ ଏହାକୁ ବିରୋଧ କରିଥିଲେ । ଫଳରେ ପରିସ୍ଥିତି ଉତେଜନାପୂର୍ଣ୍ଣ ହୋଇଥିଲା । ପରେ ପରିସ୍ଥିତି ସାମାନ୍ୟ ହେବା ପରେ ପୁଲିସ ନିଜ ସହ ଜୟନାରାୟଣ ମିଶ୍ର ଓ ତାଙ୍କ ସହଯୋଗୀଙ୍କୁ ନେଇଯାଇଛି । ବନାବିରା ଗୁଳିକାଣ୍ଡ ଘଟଣାରେ ପୁଲିସ ପୂର୍ବରୁ ୬ଜଣଙ୍କୁ ଗିରଫ କରିଛି । ଫେବୃଆରୀ ୨୨ତାରିଖ ରାତିରେ ବରଗଡ ଜିଲ୍ଲା ସୋହେଲା ବ୍ଲକ ବନାବିରା ଅଂଚଳରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇ ସୁବ୍ରତ ସିଂହ ଓ ତାଙ୍କର ସହଂଯୋଗୀଙ୍କ ଉପରେ ଗୁଳିମାଡ ହୋଇଥିଲା । ତାଙ୍କ ଗାଡି ଉପରକୁ ଟେକା ପଥର ମାଡ ଓ ଅନ୍ଧାଧୁନିଆ ଗୁଳିମାଡ ହୋଇଥିଲା । ଏଥିରେ ସୁବ୍ରତ ସିଂ ଆହତ ହୋଇଥିବା ବେଳେ କଟକ ବଡ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଡ୍ରାଇଭରର ମୃତ୍ୟୁ ହୋଇଥିଲା ।

ସେପଟେ ଜୟନାରାୟଣଙ୍କ ଗିରଫଦାରୀ ପରେ ଆରମ୍ଭ ହୋଇଯାଇଛି ବୟାନବାଜି । ଆଇନ ତା ବାଟେରେ ଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି, ଏଥିରେ କୌଣସି ରାଜନୈତିକ ଅଭିସନ୍ଧି ନାହିଁ ବୋଲି ସୁଶାନ୍ତ କହିଛନ୍ତି । ଯିଏ ଦୋଷୀ ତାକୁ ଗିରଫ କରାଯିବ । ତଦନ୍ତ ଆଧାରରେ ତାଙ୍କୁ ଅଟକ ରଖାଯାଇଛି ଏବଂ ଘଟଣା ପରଠୁ ସେ ଫେରାର ଥିଲେ ବୋଲି ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି । ବିଜେପିର ଅବସ୍ଥା ଦେଖି ସେ ଆତ୍ମସମର୍ପଣ କରିଥିବା କହିଛନ୍ତି ସୁଶାନ୍ତ ।

basanta panda -state bjp president

ସେପଟେ, ଜୟନାରାୟଣ ମିଶ୍ରଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଭିତିହୀନ । ଘଟଣା ତଦନ୍ତ ସାପକ୍ଷ୍ୟ ବୋଲି କହିଛନ୍ତି ବିଜେପି ସଭାପତି ବସନ୍ତ ପଣ୍ଡା । ଯଦି ନିଜକୁ ଦୋଷୀ ଭାବିଥାନ୍ତେ ଜୟନାରାୟଣ ମିଶ୍ର ଫେରାର ହୋଇଯାଇଥାନ୍ତେ । ସେ ଘରେ ଥିବା ବେଳେ ତାଙ୍କୁ ଉଠାଇ ନିଆଯାଇଛି । ଜଣେ ପୂର୍ବତନ ମନ୍ତ୍ରୀଙ୍କୁ ଏଭଳି ଉଠାଇନେବା ନିନ୍ଦନୀୟ ବୋଲି କହିଛନ୍ତି ବସନ୍ତ ପଣ୍ଡା । ଶାସକ ଦଳ ରକ୍ତମୁଖା ହୋଇଥିବା ସେ କହିଛନ୍ତି । ଏହି ଘଟଣାକୁ ବିଜେପି ନିନ୍ଦା କରିବା ସହ ଏହା ଗଣତନ୍ତ୍ରର କଣ୍ଠରୋଧ ବୋଲି ବିଜେପି ସଭାପତି କହିଛନ୍ତି ।

ଏଠାରେ ଆମେ କହି ରଖୁଛୁ କି, ଗତ ଫେବୃଆରୀ ୨୨ତାରିଖ ରାତିରେ ବରଗଡ ଜିଲ୍ଲା ସୋହେଲା ବ୍ଲକ ବନାବିରା ଅଂଚଳରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇ ସୁବ୍ରତ ସିଂହ ଓ ତାଙ୍କର ସହଂଯୋଗୀଙ୍କ ଉପରେ ଗୁଳିମାଡ ହୋଇଥିଲା । ତାଙ୍କ ଗାଡି ଉପରକୁ ଟେକା ପଥର ମାଡ ଓ ଅନ୍ଧାଧୁନିଆ ଗୁଳିମାଡ ହୋଇଥିଲା । ଏଥିରେ ସୁବ୍ରତ ସିଂ ଆହତ ହୋଇଥିବା ବେଳେ କଟକ ବଡ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଡ୍ରାଇଭରର ମୃତ୍ୟୁ ହୋଇଥିଲା ।