ଧନୁଯାତ୍ରା ମୁକ୍ତାକାଶ ରଂଗମଂଚର ସପ୍ତମ ଦିନ : ଆଜି ଶ୍ରୀକୃଷ୍ଣଙ୍କ ନାବକେଳି

27

ବରଗଡ : ଧନୁଯାତ୍ରାରେ ବରଗଡର ଶାସନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି କଂସ ମହାରାଜ । ୧୧ ଦିନ ପାଇଁ ମଥୁରା ନଗରୀ ପାଲଟିଥିବା ବରଗଡ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନଙ୍କୁ ଡକାଇଥିଲେ ଦରବାରକୁ । ପରିସ୍ଥିତି ସଂପର୍କରେ ଅଧିକାରୀମାନଙ୍କ ଠାରୁ ବୁଝିବା ସହ ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ । ଉପଜିଲ୍ଲାପାଳଙ୍କ ସହ ପୋଲିସ, ସ୍ୱାସ୍ଥ୍ୟ ବିଭାଗ, ବନବିଭାଗ, ଗ୍ରାମ୍ୟ ଉନ୍ନୟନ, ବିଦ୍ୟୁତ୍ ଓ ପୂର୍ତ ବିଭାଗର ଅଧିକାରୀଙ୍କୁ ଡକାଇ ବ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ କଂସ ।

ଅବାଧ ଜଙ୍ଗଲ କଟା ଓ ହାତୀ ଉପଦ୍ରବ ବୃଦ୍ଧି ସଂପର୍କରେ କୈଫିୟତ ତଲବ କରିଥିଲେ । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅବ୍ୟବସ୍ଥା ସଂପର୍କରେ ଅସନ୍ତୋଷ ପ୍ରକାଶ କରିଥିଲେ । ଅନ୍ୟାୟ, ଦୁର୍ନୀତିକୁ ରୋକିବା ସହ ଶାସନ ବ୍ୟବସ୍ଥା ସୁପରିଚାଳନା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମହାରାଜ କଂସ ।