ତେନ୍ଦୁଲକର ତାତି ! ତରଳିଲା ପାକିସ୍ତାନ ଛାତି, ୯୮ ରନରେ ପାକିସ୍ତାନକୁ ଆଣ୍ଠେଇ ଦେଇଥିଲେ କ୍ରିକେଟର ଭଗବାନ

1,094
କନକ ବ୍ୟୁରୋ : ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ବିଶ୍ବକପର ସବୁଠୁ ବଡ ହାଇଭୋଲଟେଜ ମ୍ୟାଚ ଅନୁଷ୍ଠିତ ହେବ। ମାଞ୍ଚେଷ୍ଟରର ଓଲଡ ଟ୍ରାଫୋର୍ଡ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ଉଭୟ ଦେଶଙ୍କ ମଧ୍ୟରେ କୂଟନୈତିକ ସ˚ପର୍କ ବିଷୟରେ କାହାକୁ ଅଛପା ନାହିଁ। ହେଲେ କ୍ରିକେଟ କଥା ଯେତେବେଳେ ଆସେ ଏହା କୌଣସି ଯୁଦ୍ଧଠାରୁ କମ୍ ନୁହେଁ । ଭାରତ ସହ ପାକିସ୍ତାନ ମ୍ୟାଚକୁ ଗମ୍ଭୀରତାର ସହ ଦେଖନ୍ତି ଦର୍ଶକ । ତେବେ ଭାରତଠାରୁ ପାକିସ୍ତାନ ପୁଣି ଥରେ ପରାଜୟ ହେବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।
ଦକ୍ଷିଣ ଆଫ୍ରିକାର ସେଞ୍ଜୁରିଅନ୍‌ଠାରେ ଚତୁର୍ଥ ଥର ପାଇଁ ବିଶ୍ବକପରେ ଭାରତ ଓ ପାକିସ୍ତାନ ପରସ୍ପର ସହ ଖେଳିଥିଲେ। ସଚିନଙ୍କ ବିସ୍ଫୋରକ ରନ୍ ସ˚ଗ୍ରହ ଏହି ମ୍ୟାଚର ଚର୍ଚ୍ଚିତ ଘଟଣା ଥିଲା। ସବୁଥର ପରି ଏଥର ମଧ୍ୟ ଭାରତ ୬ ୱିକେଟରେ ଜିତି ବିଜୟଧାରା ଅବ୍ୟାହତ ରଖିଥିଲା। ଏଥର ପାକିସ୍ତାନ ଟସ୍ ଜିତି ବ୍ୟାଟି˚ କରିବା ସହ ଭାରତ ସମ୍ମୁଖରେ ୨୭୪ରନ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ସୟଦ ଅନଵରଙ୍କ ଶତକ (୧୦୧) ପରେ ୟୁନିସ୍ ଖାନଙ୍କ ୩୨ ଓ ମହମ୍ମଦ ୟୁସୁଫଙ୍କ ୨୫ ରନ୍ ସହାୟତାରେ ପାକିସ୍ତାନ ବହୁ କଷ୍ଟରେ ୨୫୦ ପାର୍ କରିଥିଲା। ଜାହିର ଖାନ୍ ୨, ଆଶିଷ ନେହେରା ୨ ୱିକେଟ ନେଇଥିଲେ। ତେବେ ସଚିନ୍ ତେନ୍ଦୁଲକରଙ୍କ ୯୮ର ରନ ଧମାକାଦାର ପାଳି ପରେ ମହମ୍ମଦ କୈଫଙ୍କ ୩୫, ରାହୁଲ ଦ୍ରାଭିଡଙ୍କ ୪୪ ଓ ଯୁବରାଜ ସି˚ହଙ୍କ ୫୦ ରନ୍ ସହାୟତାରେ ଭାରତ ୪ ୱିକେଟ ବିନିମୟରେ ମ୍ୟାଚ ଜିତିଯାଇଥିଲା। ଆକ୍ରମଣାତ୍ମକ ପାଳି ପାଇଁ ତେନ୍ଦୁଲକର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ।