ଅପରାଜୟ ୨୦୧୧ : ଚଣ୍ଡିଗଡରେ ପାକିସ୍ତାନକୁ ଧୂଳି ଚଟାଇଥିଲା ଧୋନୀ ବାହିନୀ

ସମୟ ଯେତିକି ଯେତିକି ବିତିଛି କ୍ରିକେଟପ୍ରେମୀଙ୍କ ଉତ୍କଣ୍ଠା ମଧ୍ୟ ସେତିକି ସେତିକି ବଢୁଛି

121

କନକ ବ୍ୟୁରୋ : ସମୟ ଯେତିକି ଯେତିକି ବିତିଛି କ୍ରିକେଟପ୍ରେମୀଙ୍କ ଉତ୍କଣ୍ଠା ମଧ୍ୟ ସେତିକି ସେତିକି ବଢୁଛି । କାରଣ କାଲି ଅଛି ଗୁରୁତ୍ୱପୂର୍ଣ୍ଣ ଭାରତ-ପାକିସ୍ତାନ ମ୍ୟାଚ । ତେବେ ପ୍ରତ୍ୟେକ ଥର ପାକିସ୍ତାନକୁ ପରାଜୟ କରିବାର ମଜା ଚଳିତ ମ୍ୟାଚରେ ମଧ୍ୟ ନେବା ପାଇଁ ଇଚ୍ଛା ରଖିଛି ଭାରତ । କେବଳ ଭାରତ । ଆସନ୍ତାକାଲି ଅପରାହ୍ଣରେ ହେବାକୁ ଥିବା ଏହି ମ୍ୟାଚରେ ପୁଣି ଥରେ ବିଜୟର ବାନା ଉଡାଇବା ବୋଲି ଭାରତ ରହିଛି ଆଶା ।

ଭାରତକୁ ଫେରିଥିବା ଏହି ବିଶ୍ବକପରେ ଦୀର୍ଘ ପ୍ରତୀକ୍ଷାର ଅନ୍ତଃ ଘଟାଇ ସେମି ଫାଇନାଲରେ ଉଭୟ ଦଳଙ୍କ ମଧ୍ୟରେ ଟକ୍କର ହୋଇଥିଲା। ଚଣ୍ତୀଗଡ଼ରେ ଭାରତ ୨୯ ରନରେ ବିଜୟୀ ହୋଇ ବିଶ୍ବ ବିଜେତା ହେବା ଦିଗରେ ଅଗ୍ରସର ହୋଇଥିଲା। ଯଦିଓ ଏହି ମ୍ୟାଚ ଜିତି ଭାରତ ଫାଇନାଲକୁ ଯାଇଥିଲା, କିନ୍ତୁ ଏହି ସେମିଫାଇନାଲ୍ କୌଣସି ଫାଇନାଲ୍ଠୁ କମ୍ ନଥିଲା। ଧୋନିଙ୍କ ନେତୃତ୍ବରେ ଭାରତ ବ୍ୟାଟି˚ ଆରମ୍ଭ କରିଥିଲାବେଳେ ବୀରେନ୍ଦ୍ର ସେହଵାଗ (୩୮) ଓ ତେନ୍ଦୁଲକର (୮୫) ଦ୍ରୁତ ରନ୍ ସ˚ଗ୍ରହ କରିଥିଲେ। ଗୌତମ ଗମ୍ଭୀର ୨୭, ଧୋନି ୨୫, ସୁରେଶ ରାଇନାଙ୍କ ୩୬ଞ୍ଚ ରନ୍ ସହାୟତାରେ ଭାରତ ୨୬୦ ରନ୍ କରିଥିଲା।

ଵାହାବ ରିଆଜ ଏହି ପାଳିରେ ୫ ୱିକେଟ ଅକ୍ତିଆର କରିଥିଲେ। ପାକିସ୍ତାନ ମଧ୍ୟ କଡ୍ଡା ସ˚ଘର୍ଷ କରି ଏକ ସମୟରେ ଭାରତକୁ ହରାଇଦେବା ଭଳି ପରସ୍ଥିତି ସୃଷ୍ଟି କରିଥିଲା। କିନ୍ତୁ ଶାଣିତ ବୋଲି˚ ଯୋଗୁଁ ଭାରତ ଗୋଟିଏ ବଲ୍ ପୂର୍ବରୁ ପାକିସ୍ତାନର ସମସ୍ତ ୱିକେଟ ଖସାଇବାରେ ସଫଳ ହୋଇଥିଲା। ମିସବା ଉଲ ହକ୍ ସର୍ବାଧିକ ୫୬, ମହମ୍ମଦ ହାଫିଜ୍ ୪୩, ଆସଦ ସଫିକ୍ ୩୦ ରନର ଯୋଗଦାନ କରିଥିଲେ। ଘରୋଇ ଦଳ ପାଇଁ ଜାହିର ଖାନ୍, ଆଶିଷ ନେହେରା, ମୁନାଫ ପଟେଲ, ହରଭଜନ ସି˚ହ ଓ ଯୁବରାଜ ସି˚ହ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ ପାଇଥିଲେ। ଅର୍ଧଶତକୀୟ ପାଳି ଖେଳିଥିବା ତେନ୍ଦୁଲକରଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା।