କେରଳରେ ଜଣେ ମଙ୍କିପକ୍ସ ସନ୍ଦିଗ୍ଧଙ୍କ ମୃତ୍ୟୁ : ୨୨ ବର୍ଷିୟ ମୃତକ ନିକଟରେ ୟୁଏଇରୁ ଫେରିଥିଲେ

97

କନକ ବ୍ୟୁରୋ : ମଙ୍କିପକ୍ସ ରୋଗକୁ ନେଇ ଲୋକଙ୍କ ମଧ୍ୟରେ ଭୟ ବଢୁଥିବା ବେଳେ ଜଣେ ମଙ୍କିପକ୍ସ ସନ୍ଦିଗ୍ଧଙ୍କ ମୃତ୍ୟୁ ହୋଇଛି । କେରଳର ଜଣେ ୨୨ ବର୍ଷିୟ ମଙ୍କିପକ୍ସ ସନ୍ଦିଗ୍ଧଙ୍କ ଶନିବାର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ନମୂନା ପରୀକ୍ଷା ପାଇଁ ପଠାଯାଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରିପୋର୍ଟ ଆସିବା ପରେ ବ୍ୟକ୍ତି ଜଣଙ୍କ ମଙ୍କିପକ୍ସରେ ଆକ୍ରାନ୍ତ ଥିଲେ କି ନାହିଁ ସେମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ ।

ଉକ୍ତ ବ୍ୟକ୍ତି ଜଣଙ୍କ ନିକଟରୁ ୟୁଏଇରୁ ଭାରତ ଆସିଥିଲେ । ତାଙ୍କ ଠାରେ ମଙ୍କିପକ୍ସର କିଛିଟା ଲକ୍ଷଣ ଦେଖାଯାଇଥିଲା । ଗତ ୨୭ ତାରିଖରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଚିକିିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଭାରତରେ ଏବେ ସୁଦ୍ଧା ୪ ଜଣ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେବଳ କେରଳରୁ ୩ ଜଣ ଚିହ୍ନଟ ହୋଇଥିବା ବୋଳ ଦିଲ୍ଲୀରୁ ଜଣେ ଚିହ୍ନଟ ହୋଇଛନ୍ତି ।