ମହାନଦୀରେ ଛତିଶଗଡର ବ୍ୟାରେଜ ନିର୍ମାଣ ପ୍ରସଙ୍ଗ : ସମ୍ବଲପୁରରୁ ଆରମ୍ଭ ହୋଇଛି ଯୁବ ବିଜେଡିର ପ୍ରତିବାଦ

26

ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍ : ମହାନଦୀରେ ଛତିଶଗଡର ବ୍ୟାରେଜ ନିର୍ମାଣକୁ ବିରୋଧ କରି ବିଜେଡିର ପ୍ରତିବାଦ, ଆଜିଠାରୁ ପର୍ଯ୍ୟାୟକ୍ରମେ ୧୫ଟି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ କରିବ ଯୁବ ବିଜେଡି । ସମ୍ବଲପୁରରୁ ଆରମ୍ଭ ହୋଇଛି ବିଜେଡିର ଏହି ପ୍ରତିବାଦ । ପର୍ଯ୍ୟାୟକ୍ରମେ ବରଗଡ, ଝାରସୁଗୁଡା, ସୋନପୁର, ବୌ÷÷ଦ୍ଧ, ଅନୁଗୁଳ,ନୟାଗଡ, ଢେଙ୍ଗାନାଳ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଧା ଓ ଦେବଗଡ ଆଦି ମହାନଦୀ ଅବବାହିକାରେ ଅବସ୍ଥିତ ଜିଲ୍ଲାରେ ଏହି ପ୍ରତିବାଦ କରାଯିବ । ଆଜି ସମ୍ବଲପୁରରେ ଦିନ ୧୦ଟାରେ ଯୁବ ବିଜେଡି କର୍ମୀମାନେ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି । ନ୍ୟୁଜ ସହ ଦେଖନ୍ତୁ ଏହି ଭିଡିଓ :