ବିଜେଡିର ବିଦ୍ରୋହ ! ସିିବିଆଇ ଅଫିସ ଆଗରେ ଦଳର ଯୁବ ଓ ଛାତ୍ର ସଂଗଠନର ବିକ୍ଷୋଭ

31

କନକ ବ୍ୟୁରୋ : ମମତାଙ୍କ ବାଟରେ ନବୀନ । ତୃଣମୂଳ କଂଗ୍ରେସ ଭଳି ସିବିଆଇ ରେଡକୁ ବିରୋଧ କରି ବିକ୍ଷୋଭ କରିଛି ବିଜେଡିର ଯୁବ ଓ ଛାତ୍ର ସଂଗଠନ । ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା, କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ଓ ନବୀନ ନିବାସ କର୍ମଚାରୀ ସରୋଜ୍ ସାହୁଙ୍କ ଘରେ ସିବିଆଇ ରେଡ୍ ପରେ ଆକ୍ସନ ମୋଡରେ ଆସିଛି ବିଜେଡି ଛାତ୍ର ଓ ଯୁବ ସଂଗଠନ । କର୍ମୀମାନେ ସିବିଆଇ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଏହା ପଛରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତ ଥିବା ନେଇ କର୍ମୀ ଅଭିଯୋଗ କରିବା ସହ ସେମାନେ କେନ୍ଦ୍ରମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିଛନ୍ତି । ରାଜନୈତିକ ଷଡଯନ୍ତ୍ର କରି ବିଜେଡିକୁ ସିବିଆଇ ଟାର୍ଗେଟ କରୁଥିବା ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି । ଚିଟଫଣ୍ଡ୍ ଲିଙ୍କରେ ତୃଣମୂଳ କଂଗ୍ରେସର ସାଂସଦ ଓ ନେତା ଗିରଫ ହେବା ପରେ ଦଳୀୟ ନେତା ଓ କର୍ମୀ ଭୁବନେଶ୍ୱର ସିବିଆଇ ଅଫିସ ସମ୍ମୁଖରେ ବିକ୍ଷୋଭ କରିଥିଲେ ।

ଏହା ମୋଦି ସରକାରଙ୍କ ଷଡଯନ୍ତ୍ର ବୋଲି ଅଭିଯୋଗ କରିଥିଲେ ଟିଏମସି ମୁଖ୍ୟ ମମତା ବାନାର୍ଜୀ । ଅନ୍ୟପଟେ ବିଜେଡି ମୋଦିଙ୍କ ପ୍ରତି କିମନୋଭାବ ରଖିବ ବୋଲି ଚର୍ଚ୍ଚା ହୋଉଥିବା ବେଳେ ଆଜି ବିଜେଡି ଯୁବ ଓ ଛାତ୍ର ସଂଗଠନ ବିକ୍ଷୋଭ କରିଛି ।