ଜ୍ଞାନର ଭଣ୍ଡାର ଏହି ବାଳକ । ୧୫ ବର୍ଷରେ ଶେଷ କଲେ ସ୍ନାତକ, ୪ ବର୍ଷରେ ହାସଲ କରିଛନ୍ତି ୫ ଟି ଡିଗ୍ରୀ

111

କନକ ବ୍ୟୁରୋ : ସାଧାରଣତ ଜଣେ ଛାତ୍ରକୁ ସ୍ନାତକ ଶେଷ କରିବା ବେଳକୁ ସର୍ବନିମ୍ନ ତାଙ୍କୁ ୨୧ ରୁ ୨୨ ବର୍ଷ ହୋଇଯାଇଥାଏ । ହେଲେ ଆମେ ଯେଉଁ ଛାତ୍ରଙ୍କ କଥା କହୁଛୁ ସେ ମାତ୍ର ୧୫ ବର୍ଷ ବୟସରେ ସ୍ନାତକ ଶେଷ କରିଛନ୍ତି । କେବଳ ସେତିକି ନୁହେଁ ଛାତ୍ର ଜଣଙ୍କ ୪ ବର୍ଷରେ ମୋଟ ୫ ଟି ଡିଗ୍ରୀ ହାସଲ କରିଛନ୍ତି । ଏହାସହ ସେ ୧୫ ବର୍ଷ ବୟସରେ ୟୁନିଭରସିଟି ଅଫ୍ ନେବାଦରୁ ସ୍ନାତକ ଶେଷ କରିଛନ୍ତି ।

‘ଡେଲି ମେଲ’ ର ରିପୋର୍ଟ ମୁତାବକ ଛାତ୍ର ଜଣଙ୍କ ମେଧାବୀ କାରଣରୁ ଲୋକଙ୍କ ମଧ୍ୟରେ ବେସ୍ ଚର୍ଚ୍ଚିତ ହୋଇଛନ୍ତି । ଏହି ୧୫ ବର୍ଷିୟ ଛାତ୍ରଙ୍କ ନାମ ଜ୍ୟାକ୍ ରିଓ ଓ ସେ ଆମେରିକାର କାର୍ଲ୍ଲିଫର୍ଣ୍ଣିଆ ନିଜ ପରିବାର ସହ ବାସ କରନ୍ତି । ଆରମ୍ଭରୁ ଜ୍ୟାକ ରିଓଙ୍କୁ ତାଙ୍କ ମା ରଚ ଆଣ୍ଡ୍ରେଡ ନିଜ ଘରେ ପଢାଉଥିଲେ । ହେଲେ ମାତ୍ର ୪ ବର୍ଷ ବୟସରେ ଜ୍ୟାକଙ୍କର ଜ୍ଞାନ ଓ ଜାଣିବାର ଇଚ୍ଛାଶକ୍ତି ଆଗରେ ହାର ମାନି ପରିବାର ଲୋକ ତାଙ୍କୁ ସ୍କୁଲରେ ଆଡମିଶନ କରିଦେଇଥିଲେ ।

ଜ୍ୟାକଙ୍କୁ ଯେତେବେଳେ ୧୧ ବର୍ଷ ହୋଇଥିଲା ସେ ଫୁଲରଟନ କଲେଜରେ ପ୍ଲେସମେଣ୍ଟ ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷାରେ ସେ ଏତେ ଭଲ କରିଥିଲେ କି କଜେଲ ତରଫରୁ ତାଙ୍କୁ କଲେଜ ଲେବଲ୍ କୋର୍ସରେ ଆଡମିଶନ ମିଳିଯାଇଥିଲା । ମାତ୍ର ୨ ବର୍ଷ ମଧ୍ୟରେ ଜ୍ୟାକଙ୍କୁ ୪ ଟି ଆସୋସିଏଟ ଡିଗ୍ରୀ ମିଳିଯାଇଥିଲା । ଯାହା ମଧ୍ୟରେ ଥିଲା ଇତିହାସ, ସୋସିଆଲ ବିହେବିହର,ଆର୍ଟ ଓ ହ୍ୟୁମାନ ଏକ୍ସପ୍ରେସନ ଏବଂ ସୋସିଆଲ ସାଇନ୍ସ । ଏଭଳି ଭାବେ କାଲିଫର୍ଣ୍ଣିଆ କଲେଜରୁ ଡିଗ୍ରୀ ହାସଲ କରିବାରେ ଜ୍ୟାକ୍ ପ୍ରଥମ ଛାତ୍ର ।
ଯେତେବେଳେ ଜ୍ୟାକଙ୍କୁ ୧୪ ବର୍ଷ ହୋଇଥିଲା ସେତେବେଳେ ସେ ୟୁନିଭରସିଟି ଅଫ୍ ନେବାଦରେ ପିଲାମାନଙ୍କୁ ପଢାଇବା ଆରମ୍ଭ କରିଦେଇଥିଲେ । ଚଳିତ ବର୍ଷ ଡିସେମ୍ବର ୧୪ ତାରିଖରେ ଜ୍ୟାକଙ୍କୁ ଇତିହାସରେ ବେଚଲର ଡିଗ୍ରୀ ମଳିଛି । ଏବେ ଜ୍ୟାକ ମାଷ୍ଟର ଡିଗ୍ରୀ ପାଇଁ ପ୍ରସ୍ତୁତ ହେଉଛନ୍ତି । ବ୍ୟାଚଲର ଡିଗ୍ରୀ  କୋର୍ସରେ ତାଙ୍କୁ ୩.୭୮ ଗ୍ରେଡ ପଏଣ୍ଟ ମିଳିଛି ।

ଭବିଷ୍ୟତରେ କଣ ହେବେ ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଜ୍ୟାକ୍ କହିଛନ୍ତି କି “ମୁଁ ଏମିତି ଏକ ଚାକିରି କରିବାକୁ ଚାହୁଁଛି ଯେଉଁଥିରେ ମୁଁ ବହୁତ ଟଙ୍କା ରୋଜଗାର କରିପାରିବି ଓ ନିଜ ଭଉଣୀକୁ ସାରା ଜୀବନ ଭଲରେ ରଖିପାରିବି ”