ବନ୍ଧୁତା ଦିବସ ପାଳନ କରିବାକୁ ଯାଇ ଡେରଜଙ୍ଗ ଡ୍ୟାମରେ ଯୁବ ଇଞ୍ଜିନିୟର ନିଖୋଜ । ପାଣିରେ ଖୋଜୁଛି ଅନୁଗୁଳ ଅଗ୍ନିଶମ ବାହିନୀ ।

434

କନକ ବ୍ୟୁରୋ: ବନ୍ଧୁତା ଦିବସ ପାଳନ କରିବାକୁ ଯାଇ ଡ୍ୟାମରେ ଭାସିଗଲେ ବନ୍ଧୁ । ଅନୁଗୁଳ ଜିଲ୍ଲା ଡେରଜଙ୍ଗ ଡ୍ୟାମରେ ଗତକାଲି ଠାରୁ ନିଖୋଜ ଅଛନ୍ତି ଯୁବ ଇଞ୍ଜିନିୟର । ସୂଚନା ଅନୁସାରେ ନାଲକୋର ଅବସରପ୍ରାପ୍ତ ଏଚଆରଡି କର୍ମଚାରୀ ତ୍ରିନାଥ ଶଙ୍କର ହୋତାଙ୍କ ପୁଅ ବିଭାଂଶୁ ହୋତା । ସେ ତାଙ୍କର ୩ଜଣ ସାଙ୍ଗ ସହ ବନ୍ଧୁତ୍ୱ ଦିବସ ପାଳନ କରିବା ପାଇଁ ନାଲକୋ ନଗରରୁ ଯାଇଥିଲେ । ୪ ସାଙ୍ଗ ଡ୍ୟାମ ନିକଟରେ ଖାଇ ସାରିବା ପରେ ବିଭାଂଶୁ ଡ୍ୟାମ ନିକଟକୁ ହାତ ଧୋଇବା ପାଇଁ ଯାଇଥିଲେ । ସେଠାରେ ତାଙ୍କର ଗୋଡ଼ ଖସିଯିବାରୁ ହଠାତ୍ ପାଣି ଭିତରେ ବୁଡି ଯାଇଥିବା କୁହାଯାଉଛି । ଗଭୀର ପାଣିକୁ ଚାଲି ଯିବାରୁ ସାଙ୍ଗ ମାନେ ତାଙ୍କୁ ଉଦ୍ଧାର କରିପାରିନଥିଲେ । ବିଭାଂଶୁ ଏମବିଏ ପାଠ ପଢାସାରି ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ୱାର୍କ ଫର୍ମ ହୋମରେ କାମ କରୁଥିଲେ । ବିଭାଂଶୁ ପାଣିରେ ବୁଡ଼ିଯିବା ଖବର ପାଇ ଅନୁଗୁଳ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାମ ଜାରି ରଖିଛନ୍ତି । ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ବିଭାଂଶୁଙ୍କ ପତ୍ତା ମିଳିନାହିଁ । ଏବେ ବି ଉଦ୍ଧାର କାମ ଜାରି ରଖିଛନ୍ତି ଉଦ୍ଧାରକାରୀ ଟିମ୍ ।