ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କାଶୀ ବିଶ୍ୱନାଥର ପ୍ରସ୍ତୁତି ତଦାରଖ: ମନ୍ଦିର ବୁଲି ତଦାରଖ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ 

144

କନକ ବ୍ୟୁରୋ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶୀ ବିଶ୍ୱନାଥ ଧାମ ପ୍ରକଳ୍ପର ଉଦଘାଟନ କରିବାର କାର୍ୟ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସନ୍ଧ୍ୟାରେ କାଶୀ ବିଶ୍ୱନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ହୋଇଥିବା ପ୍ରସ୍ତୁତି ତଦାରଖ କରିଛନ୍ତି । ଉଭୟ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ମନ୍ଦିର ପରିସର ନିରୀକ୍ଷଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ନିଜର ଡ୍ରିମ ପ୍ରୋଜେକ୍ଟ ବିଶ୍ୱନାଥ ଧାମର ଲୋକାର୍ପଣ କରିବେ । ଏହି ଅବସରରେ ବିଭିନ୍ନ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ଏହି ପ୍ରକଳ୍ପ ଲୋକର୍ପଣ ପରେ କାଶିବିଶ୍ୱନାଥ ପରିସରରେ ଅନେକ ଦୀପ ଜଳା ଯିବ ବୋଲି ସୂଚନା ମିଳିଛି ।