କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟିଲେ ପ୍ରଦର୍ଶନକାରୀ କୁସ୍ତିଯୋଦ୍ଧା, ଉପସ୍ଥାପନ କଲେ ୫ଟି ଦାବି

241

କନକ ବ୍ୟୁରୋ : ଦର୍ଘଦିନ ଧରି ଭାରତୀୟ କୁସ୍ତିସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣି ଗିରଫ ଦାବିରେ ଧାରଣାରେ ବସିଛନ୍ତି । ଏହି କ୍ରମରେ ଆଜି ଧାରଣାରେ ବସିଥିବା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଓ ସାକ୍ଷୀମଲ୍ଲିକ କ୍ରୀଡମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟିଛନ୍ତି । ସେମାନେ ଅନୁରାଗ ଠାକୁରଙ୍କ ଭେଟି ସରକାରଙ୍କ ପାଖରେ ୫ଟି ଦାବି ରଖିଛନ୍ତି ।

କୁସ୍ତିଯୋଦ୍ଧାଙ୍କ ଦାବି

  • ଭାରତୀୟ କୁସ୍ତିସଂଘ ପାଇଁ ସ୍ୱତନ୍ତ୍ର ଓ ନିରପେକ୍ଷ ନିର୍ବାଚନ କରାଯାଉ
  • ଭାରତୀୟ କୁସ୍ତିସଂଘର ଅଧ୍ୟକ୍ଷ ଭାବେ ଜଣେ ମହିଳାଙ୍କୁ ଚୟନ କରାଯାଉ
  • ବ୍ରିଜଭୂଷଣ କିମ୍ବା ତାଙ୍କ ପରିବାରର କାହାକୁ ସଂଘରେ ଭାଗନେବାକୁ ସୁଯୋଗ ଦିଆନଯାଉ
  • ଏପ୍ରିଲ ୨୮ ତାରିଖରେ ପ୍ରଦର୍ଶନକାରୀ କୁସ୍ତିଯୋଦ୍ଧାଙ୍କ ବିରୋଧରେ ଯେଉଁ ମାମଲା ରୁଜୁ କରାଯାଇଛି ତାହାକୁ ପ୍ରତ୍ୟାହାର କରାଯାଉ

ବ୍ରିଜଭୂଷଣ ଶରଣ ସିଂଙ୍କୁ ତୁରନ୍ତ ଗିରଫ କରାଯାଉ ଆଜି ପ୍ରଦର୍ଶନକାରୀ କୁସ୍ତିଯୋଦ୍ଧାଙ୍କୁ ଭେଟିବା ପୂର୍ବରୁ କିଛିଦିନ ତଳେ ପ୍ରଦର୍ଶନକାରୀ କୁସ୍ତିଯୋଦ୍ଧାମାନଙ୍କ ବଜରଙ୍ଗ ପୁନିଆ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସହ ଫୋନ ମାଧ୍ୟମରେ କଥା ହୋଇଥିଲେ । ଏହାସହ କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ପ୍ରଦର୍ଶନକାରୀ କୁସ୍ତିଯୋଦ୍ଧାଙ୍କୁ ଆଲୋଚନା ପାଇଁ ନିମନ୍ତ୍ରଣ କରିଥିଷଲ । ହେଲେ କୁସ୍ତିଯୋଦ୍ଧାମାନେ ସ୍ପଷ୍ଟ କରିଥିଲେ କି ଲୁଚାଛପାରେ କୌଣସି ଆଲୋଚନା ହେବ ନାହିଁ ।

ସେପଟେ ଆଜି ଅନୁରାଗ ଠାକୁରଙ୍କ ଭେଟିବା ପୂର୍ବରୁ ସାକ୍ଷୀ ମଲ୍ଲିକ କହିଥିଲେ କି ସରକାରଙ୍କ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବ ଉପରେ ପ୍ରଥମେ ବରିଷ୍ଠ ଓ ସମର୍ଥକଙ୍କ ସହ ଆଲୋଚନା କରାଯିବ । ସେମାନେ ସରକାରଙ୍କ ପ୍ରସ୍ତାବ ଉପରେ ସହମତି ପ୍ରକାଶ କଲେ ତାହାକୁ ଗ୍ରହଣ କରାଯିବ ବୋଲି ସାକ୍ଷୀ ମଲ୍ଲିକ କହିଥିଲେ ।