ରାଜସ୍ଥାନରେ ଉନ୍ମୋଚନ ହୋଇଛି ବିଶ୍ୱର ସବୁଠାରୁ ବଡ ଶିବ ମୂର୍ତ୍ତି  । ଉଚ୍ଚତା ରହିଛି ୩୬୯ ଫୁଟ

189

କନକ ବ୍ୟୁରୋ : ଆଜି ରାଜସ୍ଥାନରେ ଉନ୍ମୋଚନ ହୋଇଛି ବିଶ୍ୱର ସବୁଠୁ ବଡ଼ ଶିବ ମୂର୍ତ୍ତିର୍  । ୩୬୯ ଫୁଟ୍ ଉଚ୍ଚତା ବିଶିଷ୍ଟ ‘ବିଶ୍ୱାସ ସ୍ୱରୂପମ’ ମୂର୍ତ୍ତିର୍ ରାଜସ୍ଥାନର ମହାସମୁନ୍ଦ ଜିଲ୍ଲାର ନାଥଦ୍ୱାରାରେ ପ୍ରତିଷ୍ଠା ହୋଇଛି । ଏହାର ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ସାମିଲ ହୋଇଛନ୍ତି । ‘ତତ୍ ପଦ୍ମ ସଂସ୍ଥାନ’ ଦ୍ୱାରା ଏହାର ନିର୍ମାଣ କାମ କରାଯାଇଛି ।

କ’ଣ ରହିଛି ଶିବ ମୂର୍ତ୍ତିର ବିଶେଷତ୍ୱ ?
– ବିଶ୍ୱର ସବୁଠୁ ବଡ଼ ଶିବ ମୂର୍ତ୍ତିର୍
– ମୂର୍ତ୍ତିର୍ର  ଉଚ୍ଚତା ରହିଛି ୩୬୯ ଫସ୍ୱଙ୍କ
– ୩ ହଜାର ଟନ୍ ଷ୍ଟିଲ, ଲୁହା ଓ କଂକ୍ରିଟରେ ନିର୍ମାଣ ହୋଇଛି ଏହି ମୂର୍ତ୍ତିର୍
-ନିର୍ମାଣ ପାଇଁ ଲାଗିଲା ୧୦ ବର୍ଷ
– ୨୦୧୨ରେ ମୂର୍ତ୍ତିର୍ ନିର୍ମାଣ ପାଇଁ କାମ ଆରମ୍ଭ ହୋଇଥିଲା
– ୨୦ କିଲୋମିଟର ଦୂରରୁ ବି ଦେଖାଯିବ ଏହି ବିଶାଳକାୟ ମୂର୍ତ୍ତିର୍
– ନାଥଦ୍ୱାରାର ଗଣେଷ ଟେକରୀ ପାହାଡ ଉପରେ ଏହି ମୂର୍ତ୍ତିର୍  ନିର୍ମାଣ କରାଯାଇଛି
-୨୫୦ କିମି ବେଗରେ ପବନ ବହିଲେ ବି ମୂର୍ତ୍ତିର୍ ର କୌଣସି କ୍ଷତି ହେବନି
-ବିଶ୍ୱର ଏକମାତ୍ର ମୂର୍ତ୍ତିର୍  ଯେଉଁଥିରେ ଲିଫ୍ଟ ଓ ସିଡିର ବ୍ୟବସ୍ଥା ରହିଛି
– ମୂର୍ତ୍ତିର୍ର  ଉପରି ଭାଗକୁ ଯିବା ପାଇଁ ୪ଟି ଲିଫ୍ଟ ଓ ୩ଟି ସିଡି ରହିଛି ।
– ଶ୍ରଦ୍ଧାଳୁଙ୍କ ପାଇଁ ଏକ ବଡ ହଲ୍ର ବ୍ୟବସ୍ଥା ରହିଛି
-ଉନ୍ମୋଚନ ପାଇଁ ୯ ଦିନ ଧରି ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି