ଆଜି ହେଉଛି ବିଶ୍ୱ ମୂର୍ତ୍ତିକା ଦିବସ । ମୂର୍ତ୍ତିକାର ସଂରକ୍ଷଣ ପାଇଁ ୨୦୧୪ ରେ ପ୍ରଥମଥର ଏହି ଦିବସକୁ ପାଳନ କରାଯାଇଥିଲା ।

321

ଆଜି ହେଉଛି ବିଶ୍ୱ ମୂର୍ତ୍ତିକା ଦିବସ । ମୂର୍ତ୍ତିକାର ସଂରକ୍ଷଣ ପାଇଁ ଏହି ଦିନକୁ ପାଳନ କରାଯାଇଥାଏ । ପ୍ରତିବର୍ଷ ଡିସେମ୍ବର ୫ ରେ ବିଶ୍ୱ ମୂର୍ତ୍ତିକା ଦିବସ ପାଳନ କରାଯାଏ । ୨୦୧୪ ରେ ପ୍ରଥମଥର ପାଇଁ ବିଶ୍ୱ ମୂର୍ତ୍ତିକା ଦିବସ ପାଳନ କରିବା ଆରମ୍ଭ କରାଯାଇଥିଲା । ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ପକ୍ଷରୁ ଆଜିର ଦିନଟିକୁ ଖୁବ ଉତ୍ସାହର ସହ ପାଳନ କରାଯାଏ । ବିଭିନ୍ନ କାର୍ୟ୍ୟକ୍ରମ ମାଧ୍ୟମରେ ଏହାର ଉପକାରିତାର ବାର୍ତ୍ତା ଦିଆଯାଇଥାଏ । ୨୦୧୫ ମସିହାରେ ଏହାର ପୁନଃଉଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୂର୍ତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା କରିଥିଲେ । ଏହା ପାଇଁ ଭାରତ ସରକାର କୃଷି ଏବଂ ସହକାରୀ ମନ୍ତ୍ରାଳୟ ସାରା ଦେଶରେ ୧୪ କୋଟି ମୂର୍ତ୍ତିକା ସ୍ୱାସ୍ଥ୍ୟ କାର୍ଡ ଦେବାକୁ ଲକ୍ଷ ରଖିଥିଲେ ।

ମୂର୍ତ୍ତିକା କାର୍ବନିକ ପଦାର୍ଥ ଓ ବାୟୁ ଦ୍ୱାରା ପ୍ରଦୂଷଣ ହୋଇଥାଏ । ଏହା ମଣିଷ ଜୀବନ ପାଇଁ ଅନେକ ମହତ୍ୱପୂର୍ଣ୍ଣ କାରଣ ବୃକ୍ଷ ବଞ୍ଚିବା ପାଇଁ ମାଟି ଆବଶ୍ୟକ । ମୂର୍ତ୍ତିକା ପ୍ରଦୂଷଣ ହେଲେ ସମସ୍ତ ପ୍ରାଣୀ ସମାଜ ପ୍ରଭାବିତ ହେବ । ସେଥିଲାଗି ମୂର୍ତ୍ତିକାର ଉଚିତ ଭାବେ ଯତ୍ନ ନେବା ଦରକାର । ସୂଚନା ଅନୁଯାୟୀ, ପ୍ରଥମେ ୨୦୦୨ରେ ମୂର୍ତ୍ତିକା ବିଜ୍ଞାନ ଓ ଅନ୍ତରାଷ୍ଟ୍ରୀୟ ସଂଘ ମୂର୍ତ୍ତିକା ଦିବସ ପାଳନର ପ୍ରସ୍ତାବ ରଖିଥିଲେ । ସମସ୍ତଙ୍କ ସମର୍ଥନ ମିଳିବା ପରେ ୨୦୧୩ ମସିହାରେ ୬୮ ଭେନ ଷ୍ଟାରରେ ସଂଯୁକ୍ତ ମହାରାଷ୍ଟ୍ର ଡିସେମ୍ବର ୫କୁ ବିଶ୍ୱ ମୂର୍ତ୍ତିକା ଦିବସ ରୁପେ ପାଳନ କରିବାକୁ ଅନୁମତି ମିଳିଲା । ପରମୂହୁର୍ତ୍ତରେ ୨୦୧୪ରେ ଏହି ଦିବସକୁ ସଠିକ ରୁପେ ପାଳନ କରାଯିବା ଆରମ୍ଭ କରାଗଲା ।