ସୋନପୁରରେ ବୀରମହାରାଜପୁର ଅଂଚଳରେ କପାର ଅଭାବୀ ବିକ୍ରି : ପ୍ରୋତ୍ସାହନ ଅଭାବ ଯୋଗୁଁ ଚାଷୀ ମୁଣ୍ଡରେ ଚଡକ, ନିୟନ୍ତ୍ରିତ ବଜାର ନଥିବାରୁ ଦଲାଲ ମାଲାମାଲ

140

କନକ ବ୍ୟୁରୋ : ଚାଷୀ ମନରେ ମଉଳିଯାଇଛି ଖୁସି ।   ସୋନପୁରର ବୀରମହାରାଜପୁର ଅଚଂଳରୁ ଆସିଛି କପାର ଅଭାବୀ ବିକ୍ରି ।  ପ୍ରୋତ୍ସାହନ ଅଭାବ ଫଳରେ ଚାଷୀ ମୁଣ୍ଡରେ ପଡିଛି ଚଡକ । ଅମଳ ହୋଇଥିବା  କପାକୁ ବିକ୍ରୀ କରିବାକୁ ମଣ୍ଡିର ସୁବିଧା ନଥିବାବେଳେ  ଚାଷୀ ଦଲାଲ ହାତରେ କପାକୁ  ଟେକିଦେଉଛି ।  ମଣ୍ଡି କେବେ ଖୋଲୁନଥିବା ଅଭିଯୋଗ କରିଛନ୍ତି ଚାଷୀ ।

କୌଣସି ନିୟନ୍ତ୍ରିତ ବଜାର ବ୍ୟବସ୍ଥା ନଥିବାରୁ କପାଚାଷୀ ହତାଶ ହୋଇପଡିଛନ୍ତି ।  ଫଳରେ ମାଲାମାଲ ହେଉଛନ୍ତି ଦଲାଲ ।  ଜିଲ୍ଲୀର ବୀରମହାରାଜପୁର ଅଂଚଳରେ ପ୍ରାୟ ୩ ହଜାର ୫ ଶହ ହେକ୍ଟର ଜମିରେ  କପାଚାଷ ହୋଇଥିଲା ।  କିନ୍ତୁ ପ୍ରେତ୍ସାହନ  ଅଭାବରୁ  ଚାଷୀ କପାକୁ  ଦଲାଲ ହାତରେ  ଟେକିଦେବାକୁ ବାଧ୍ୟ ହୋଉଛନ୍ତି ।

ଧାନଚାଷ କରି  ଚାଷୀ ମରୁଡିର ଶୀକାର ହୋଇଥିବାବେଳେ ଚାଷୀ କପା ଚାଷ କରିଥିଲା ।  କିନ୍ତୁ ଏବେ ଅଭାବୀ ବିକ୍ରୀ ଚାଷୀଙ୍କ ସମସ୍ୟାକୁ ବଢାଇଦେଇଛି ।  କପାର ଦର କ୍ୱିଂଟାଲ ପିଛା ୫ ହଜାର ୫ ଶହ ଟଙ୍କା ନିର୍ଦ୍ଧାରିତ ହୋଇଥିବାବେଳେ  ଚାଷୀ  ୩ ହଜାରରୁ ୪ ହଜାର ଟଙ୍କାରେ  ଦଲାଲ ହାତରେ ଟେକିଦେଉଛନ୍ତି ।