ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା । ସଂପନ୍ନ ହେଲା ଦେବକୀ-ବସୁଦେବଙ୍କ ବିବାହ । ଆଜି ଜନ୍ମନେବେ ଶ୍ରୀକୃଷ୍ଣ ।

129

କନକ ବ୍ୟୁରୋ: ନଗର ଭ୍ରମଣରେ ବାହାରିଛନ୍ତି ମଥୁରା ନରେଶ । ସାଥୀରେ ଅଛନ୍ତି ପାତ୍ରମନ୍ତ୍ରୀ । ମହାରାଜାଙ୍କୁ ପାଖରେ ସ୍ୱାଗତ କରୁଛନ୍ତି ମଥୁରାବାସୀ । ସେଇ ଆଗ୍ରହ, ସେଇ ଉତ୍ସାହ । ୩ ବର୍ଷର ବ୍ୟବଧାନ ପରେ ପୁଣି ଥରେ ମହାମଞ୍ଚରେ ଆୟୋଜିତ ହେଉଛି ମହାନାଟକ । ରଙ୍ଗମଞ୍ଚ ପାଲଟି ଯାଇଛି ବରଗଡ଼ ସହର ।

ପ୍ରଥମ ଦିନରେ ଦେବକୀ-ବସୁଦେବଙ୍କ ବିହାହ ସଂପନ୍ନ ହୋଇଥିବା ବେଳେ ଦୈବବାଣୀ ମହାରାଜ କଂସକୁ ବିଚଳିତ କରିଦେଉଛି । ରାଜା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ସିଂହାସନ ଆରୋହଣ କରିଛନ୍ତି କଂସ ମହାରାଜ । ଏପଟେ ମହାପ୍ରଭୁଙ୍କ ଆଗମନ ପୂର୍ବରୁ ସଜେଇ ହେଉଛି ଗୋପପୁର । ଘରେ ଘରେ ପ୍ରସ୍ତୁତି ସରିଛି । ଅମ୍ବାପାଲି ଗାଁର ପ୍ରତି ଘର କାନ୍ଧରେ ଅଙ୍କାଯାଇଛି ଦ୍ୱାପର ଯୁଗର କାହାଣୀ ବୟାନ କରୁଥିବା ଚିତ୍ର । ଏଥିରେ ରହିଛି ମହାପ୍ରଭୁଙ୍କ ବାଲ୍ୟଲୀଳାର ଛବି । ଆଉ ଧନୁଯାତ୍ରାକୁ ନେଇ ଗୋପୁରବାସୀ ବି ବେଶ ଉତ୍ସାହିତ ।

ତେବେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରର ମହାମଞ୍ଚରେ ଆଜି ଅଭିନୀତ ହେବ ସେହି ଦୃଶ୍ୟ, ଯାହା ଉପରେ ସମସ୍ତ ଦର୍ଶକଙ୍କ ନଜର ଅଟକିଥାଏ । କାରାଗାରରେ ଜନ୍ମନେବେ ଶ୍ରୀକୃଷ୍ଣ ମହାପ୍ରଭୁ ।