ଗିରଫ ହେଲେ ଜଗତସିଂହପୁର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଳା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ ।

296

କନକ ବ୍ୟୁରୋ: ଗିରଫ ହେଲେ ଜଗତସିଂହପୁରର ଡେପୁଟି କଲେକ୍ଟର ଚିତରଞ୍ଜନ ପିଳା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ମଙ୍ଗଳବାର ସକାଳୁ ଚିତ୍ତରଞ୍ଜନଙ୍କ ୯ଟି ବିଭିନ୍ନ ଠିକଣାରେ ରେଡ୍ କରିଥିଲା । ପରେ ଅଟକ ରଖି ପଚରା ଉଚରା କରିଥିଲା । ଏହାପରେ ଆଜି ତାଙ୍କୁ ଭିଜିଲାନ୍ସ ଗିରଫ କରିଛି । ଭିଜିଲାନ୍ସ ପକ୍ଷରୁ କୁହାଯାଇଛି, ଚିତ୍ତରଞ୍ଜନ ପିଳା ନିଜ ଆୟରୁ ୧୯୧% ଅଧିକ ସମ୍ପତ୍ତିି ଠୁଳ କରିଛନ୍ତି । ଭିଜିଲାନ୍ସ ଦେଇଥିବା ସୂଚନା ଅନୁଯାୟୀ, ଚିତ୍ତରଞ୍ଜନ ପିଳା ୧୯୯୩ରେ କନିଷ୍ଠ କିରାଣି ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । ସେ ପାଟଣାଗଡ଼ ତହସିଲ, ବଲାଙ୍ଗିର, ରଣପୁର ତହସିଲ ଓ ସୋନପୁର ଡିଆରଡିଏରେ କନିଷ୍ଠ କିରାଣି ଭାବେ କାର୍ଯ୍ୟ କରିଥିଲେ । ୨୦୦୬ରେ ସେ ବରିଷ୍ଠ କିରାଣୀକୁ ପଦୋନ୍ନତି ପାଇଥିଲେ । ଏହାପରେ ସୋନପୁରରେ ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ କରିଥିଲେ । ୨୦୧୮ ସେ ଓଆରଏସ୍ ପାଇଁ ମନୋନୀତ ହୋଇଥିଲେ ଓ ବୌଦ୍ଧରେ ସହକାରୀ ଜିଲ୍ଲାପାଳ ଭାବେ ଯୋଗ ଦେଇଥିଲେ । ସେଠାରେ ସେ ୨୦୧୯ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ୨୦୧୯ରେ ଭୁବନେଶ୍ୱରର ଅତିରିକ୍ତ ତହସିଲଦାର ଭାବେ ଯୋଗ ଦେଇଥିଲେ । ନିକଟରେ ତାଙ୍କୁ ଓଏଏସ୍ ପାଇଁ ମନୋନିତ କରାଯାଇଥିଲା । ଏହାପରେ ସେ ଜଗତସିଂହପୁରରେ ଡେପୁଟି କଲେକ୍ଟର ଭାବେ ଯୋଗ ଦେଇଥିଲେ ।