ବିଶ୍ୱ ନିଶା ନିବାରଣ ଦିବସ : ନିଆରା ଢଙ୍ଗରେ ସଚେତନ କଲା କମିଶନରେଟ୍ ପୋଲିସ 

111

କନକ ବ୍ୟୁରୋ : ଆଜି ବିଶ୍ୱ ନିଶା ନିବାରଣ ଦିବସ । ନିଶାଠୁ ଦୁରେଇ ରହି ଏକ ସୁସ୍ଥ ପରିବେଶ ଗଠନ କରିବା ଦିଗରେ କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ୱରରେ ଆୟୋଜନ ହୋଇଛି ସଚେତନତା କାର୍ଯ୍ୟକ୍ରମ । ଅବକାରୀ  ବିଭାଗ ଓ କମିଶନରେଟ ପୋଲିସର ମିଳିତ ଉଦ୍ୟମରେ ରାମମନ୍ଦିର ଛକରେ ଏକ ପଦଯାତ୍ରା କାର୍ଯର୍୍ୟକ୍ରମ ଆୟୋଜନ କରାଯାଇଛି । ଏଥିରେ ଷ୍ଟୁଡେଂଟ ଟ୍ରାଫିକରେ କାମ କରୁଥିବା ଛାତ୍ରଛାତ୍ରୀମାନେ ସାମିଲ ହୋଇଥିବା ସହ ପୋଲିସର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ ।

ତେବେ ନିଶା ନିବାରଣ ଦିବସରେ ଲୋକଙ୍କୁ ସତର୍କ କରାଇଯାଇଛି । ନିଶା ଠାରୁ ଦୂରେଇ ରହି ସମାଜରେ ଏକ ସୁସ୍ଥ ଜୀବନ ବଞ୍ଚିବା ଦିଗରେ ମାର୍ଗଦର୍ଶନ କରାଇଛନ୍ତି । କାରଣ ପ୍ରତିବର୍ଷ ନିଶା କାରଣରୁ ଅନେକ ଲୋକଙ୍କ ଜୀବନ ଯାଉଛି, ଅନେକ ଲୋକ କର୍କଟ ରୋଗରେ ପୀଡିତ ହୋଇ କଷ୍ଟଭୋଗୁଥିବାର ନଜିର୍ ସାମ୍ନାକୁ ଆସିଛି । ତେଣୁ ନିଶା ନିବାରଣ ଦିବସରେ ନିଆରା ଢଙ୍ଗରେ