ଡଲାର ବନାମ ଟଙ୍କା: ଡଲାର ତୁଳନାରେ ଆହୁରି ହ୍ରାସପାଇବ ଟଙ୍କାର ମୂଲ୍ୟ।

229

କନକ ବ୍ୟୁରୋ : ଡଲାର ତୁଳନାରେ ଟଙ୍କାର ମୂଲ୍ୟରେ ଆହୁରି ହ୍ରାସପାଇବ । ଚଳିତ ସପ୍ତାହରେ ଡଲାର ତୁଳନାରେ ଟଙ୍କାର ମୁଲ୍ୟ ରେକର୍ଡ ହ୍ରାସ ପାଇଛି । ବର୍ତ୍ତମାନ ଗୋଟିଏ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ଦର ୭୯ ଟଙ୍କାରେ ରହିଛି । ଆକଳନ କରାଯାଉଛି ଚଳିତ ବର୍ଷ ଶେଷ ସୁଦ୍ଧା ଏହା ୮୦ ଟଙ୍କାକୁ ଖସିଆସିବ । ଚଳିତ ସପ୍ତାହରେ ଟଙ୍କାର ମୂଲ୍ୟ ୭୮.୩୩ ରହିଥିଲା । ଟଙ୍କାର ମୂଲ୍ୟ ହ୍ରାସକୁ ନେଇ ପ୍ରମୁଖ କାରଣ ହେଉଛି ସେଣ୍ଟ୍ରାଲ ବ୍ୟାଙ୍କ ପକ୍ଷରୁ ଜାରିହୋଇଥିବା ମନିଟାରୀ ପଲିସି ଏବଂ ବୈଦେଶିକ ନିବେଶକଙ୍କ ବ୍ୟବସାୟରେ କ୍ଷତି ।

ବିଶେଷଜ୍ଞଙ୍କ କହିବା କଥା ଫେଡେରାଲ ରିଜର୍ଭ ବ୍ୟାଙ୍କ ୧୯୯୪ ପରେ ସୁଧହାରରେ ସବୁଠାରୁ ଅଧିକ ବୃଦ୍ଧି କରିଥିଲା । ସୁଧହାର ୭୫ ବେସିସ ପଏଣ୍ଟବଢିବା ପରେ ଏଭଳି ସ୍ଥିତି ଦେଖାଦେଇଛି । ଜୁଲାଇରେ ମଧ୍ୟ ସୁଧାହର ବୃଦ୍ଧି ନେଇ ସମ୍ଭାବନା ଥିବା ଆକଳନ କରାଯାଉଛି । ଏହା ହେବା ଫଳରେ ଡଲାରର ସ୍ଥିତି ଆହୁରି ମଜବୁତ ହୋଇଯିବ । ଭାରତର ବିଦେଶୀ ମୁଦ୍ରାଭଣ୍ଡାର ବର୍ତ୍ତମାନ ତଳକୁ ଖସିବା ସହ ୫୯୦ ବିଲିୟନ ଡଲାରରେ ପହଞ୍ଚିଛି । ତେବେ ଏହା ସନ୍ତୋଷଜନକସ୍ତରରେ ରହିଥିବା କୁହାଯାଉଛି । ସେହିଭଳି ମହଙ୍ଗାକୁ ନେଇ ସେହିଭଳି କୌଣସି ବିଶେଷ ଚିନ୍ତାର କାରଣ ନାହିଁ ବୋଲି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ତେବେ ଭାରତ ପାଇଁ ୭ ପ୍ରତିଶତର ଦର ବହୁତ ଅଧିକ କୁହାଯାଉଛି । ଅଶୋଧିତ ତୈଳ ଦର ବୃଦ୍ଧି ବର୍ତ୍ତମାନ ସବୁଠାରୁ ବଡ ଚ୍ୟାଲେଞ୍ଜ । ଭାରତରେ ୮୫ ପ୍ରତିଶତ ତେଲ ବାହାରୁ ଆମଦାନୀ କରିଥାଏ । ତେଣୁ ଟଙ୍କାର ସ୍ତର ବର୍ତ୍ତମାନ କମଜୋର ରହିଛି ।