ମହିଳା ଆରକ୍ଷଣ ବିଲକୁ ଅନୁମୋଦ ପାଇଁ ମୋଦିଙ୍କୁ ଚିଠି ଲେଖିଲେ ସୋନିଆ ଗାନ୍ଧୀ !

41

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ୨୧ବର୍ଷ ପୁରୁଣା ମହିଳା ଆରକ୍ଷଣ ବିଲ୍‌କୁ ଅନୁମୋଦନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ଲୋକସଭା, ରାଜ୍ୟସଭା ଓ ବିଧାନସଭା ନିର୍ବାଚନରେ ମହିଳାଙ୍କୁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ସୋନିଆ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ଚିଠି ଲେଖିଛନ୍ତି ।

sonia gandhiସେପ୍ଟେମ୍ବର ୨୦ରେ ସୋନିଆ ମୋଦିଙ୍କୁ ଚିଠି ଲେଖି କହିଛନ୍ତି, ଆପଣଙ୍କୁ ମନେ ଥିବ ରାଜ୍ୟସଭାରେ ମହିଳା ଆରକ୍ଷଣ ବିଧାୟକଙ୍କୁ ୨୦୧୦ ମାର୍ଚ୍ଚ ୯ରେ ପାରିତ କରି ଦିଆଯାଇଥିଲା । ସେବେଠାରୁ ଏହା ଲୋକସଭାରେ ପଡ଼ି ରହିଛି । ମୁଁ ଆପଣଙ୍କୁ ଗୁହାରି କରୁଛି ଯେ, ଆପଣ ଲୋକସଭାରେ ନିଜର ବହୁମତର ଫାଇଦା ଉଠାଇ ମହିଳା ଆରକ୍ଷଣ ବିଲକୁ ଅନୁମୋଦନ ଦିଅନ୍ତୁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋନିଆଙ୍କୁ ଆଶ୍ୱସ୍ତି ଦେଇ କହିଛନ୍ତି, କଂଗ୍ରେସର ଏହି ବିଲ୍‌କୁ ଅନୁମୋଦନ ଦେବା ପାଇଁ ମୁଁ ସମ୍ପୁର୍ଣ୍ଣ ଚେଷ୍ଟା କରିବି । ଏହା ମହିଳା ସଶକ୍ତିକରଣ ଦିଗରେ ଏକ ଗରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ।