ମହିଳା ପ୍ରିମିୟର ଲିଗ୍ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଏଲିମିନେଟରରେ ୟୁପି ୱାରିୟର୍ସକୁ ହରାଇଲା ହରମନପ୍ରୀତଙ୍କ ମୁମ୍ବାଇ ଟିମ୍

130

କନକ ବ୍ୟୁରୋ: ମହିଳା ପ୍ରିିମିୟର ଲିଗ୍ ଫାଇନାଲରେ ପ୍ରବେଶ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଶୁକ୍ରବାର ଏଲିମିନେଟର ମ୍ୟାଚରେ ହରମନପ୍ରୀତ କୌରଙ୍କ ଟିମ୍ ୭୨ ରନରେ ୟୁପି ୱାରିୟର୍ସକୁ ହରାଇଛି । ମୁକାବିଲାରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ୍ ହରାଇ କରିଥିଲା ୧୮୨ ରନ୍ । ଦଳ ପକ୍ଷରୁ ନାଟାଲି ସିଭର ବ୍ରଣ୍ଟ ସର୍ବାଧିକ ୭୨ ରନ୍ କରିଥିଲେ । ସେହିପରି ଆମେଲିଆ କେର୍ ୨୯, ହାଲେ ମାଥ୍ୟୁସ ୨୬ ଓ ୟସ୍ତିକା ଭାଟିଆ ୨୧ ରନର ଯୋଗଦାନ କରିଥିଲେ । ଜବାବରେ ୟୁପି ଟିମ୍ ୧୭.୪ ଓଭରରେ ୧୧୦ ରନ୍ କରି ଅଲଆଉଟ୍ ହୋଇଥିଲା ।

ଦଳ ପକ୍ଷରୁ କିରଣ ନବଗିରେ ୪୩ ରନ୍ କରିଥିଲେ । ମୁମ୍ବାଇ ପକ୍ଷରୁ ଇସି ୱଙ୍ଗ ହ୍ୟାଟ୍୍ରିକ୍ ସହ ୪ଟି ୱିକେଟ୍ ନେଇଥିଲେ । ରବିବାର ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ହେବାକୁଥିବା ଟାଇଟଲ୍ ମୁକାବିଲାରେ ମୁହାଁମୁହିଁ ହେବେ ମୁମ୍ବାଇ ଓ ଦିଲ୍ଲୀ କ୍ୟାପିଟାଲ୍ସ ।