ରକ୍ତଚାପ ମାପିବାର ସଠିକ୍ ଉପାୟ । କେମିତି କରିବେ ଉପଚାର?

196

କନକ ବ୍ୟୁରୋ : ଆଜିର ଦୈନନ୍ଦିନ ଜୀବନରେ ଉଚ୍ଚ ରକ୍ତଚାପ ସାଧାରଣ କଥା ହୋଇଗଲାଣି । ଆଉ ଏହା ମଧ୍ୟ ମୃତ୍ୟୁର ଅନ୍ୟତମ କାରଣ । ସେଥିପାଇଁ ରକ୍ତଚାପରୁ ରକ୍ଷା ପାଇବା ପାଇଁ ଉପଯୁକ୍ତ ଚିକିତ୍ସା ଆବଶ୍ୟକ । ଯଦି ଆପଣ ରକ୍ତଚାପ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟାର ଚିକିତ୍ସା କରିସାରିଛନ୍ତି, ତେବେ ପାଖରେ ଏକ ପୋର୍ଟେବଲ ସ୍ପିଗମୋମନୋମିଟର୍ ଥିବା ନିହାତି ଦରକାର । ସାଧାରଣତଃ ଆମେ ବାମ ହାତରେ ରକ୍ତଚାପ ଯାଂଚ କରିଥାଉ ଏବଂ ସେଥିରେ ଯାହା ରିଡିଂ କରିଥାଏ, ସେହି ଅନୁପାତରେ ଉପଚାର କରିଥାଉ ।

ତେବେ କିଛି ଗବେଷଣାରୁ ଜଣାପଡ଼ିଛି ଯେ, ଯଦି ଆମେ ଉଭୟ ହାତରେ ରକ୍ତଚାପକୁ ମାପିବା, ତେବେ ବିଭିନ୍ନ ରୋଗ ବିଷୟରେ ଏହା ସଂକେତ ଦେବ । ଦୁଇ ହାତରେ ରକ୍ତଚାପକୁ ମାପିବା ଦ୍ୱାରା ହୃଦରୋଗ ଓ ରକ୍ତଚାପରେ ପରିବର୍ତନ ଯୋଗୁ ହେଉଥିବା ଅନ୍ୟାନ୍ୟ ରୋଗକୁ ଚିହ୍ନଟ କରିବାରେ ସହାୟକ ହୋଇଥାଏ । ଯଦିଓ ଡାକ୍ତରଖାନାରେ କେବଳ ଗୋଟିଏ ହାତର ରକ୍ତଚାପ ପରୀକ୍ଷା କରାଯାଇଥାଏ, କିନ୍ତୁ କିଛି କ୍ଷେତ୍ରରେ ଉଭୟ ହାତର ପରୀକ୍ଷା ମଧ୍ୟ କରାଯାଇଥାଏ । ଅନେକ ବିଶେଷଜ୍ଞ ମଧ୍ୟ ରୁଟିନ୍ ଚେକ୍ଅପ୍ରେ ଉଭୟ ହାତର ପରୀକ୍ଷା ମଧ୍ୟ କରିଥାନ୍ତି । ତେଣୁ ଦୁଇ ହାତରେ ରକ୍ତଚାପ ମାପିବା କାହିଁକି ଜରୁରୀ, ଆସନ୍ତୁ ନଜର ପକାଇବା ।

ରକ୍ତଚାପ ମାପିବାର ସଠିକ୍ ଉପାୟ

– ଅଧିକାଂଶ ସମୟରେ କେବଳ ଗୋଟିଏ ହାତରେ ରକ୍ତଚାପ ମପା ଯାଇଥାଏ
– ଦୁଇ ହାତରେ ରକ୍ତଚାପ ମାପିବା ପ୍ରକ୍ରିୟା ବହୁତ କମ୍ ହୋଇଥାଏ
– ଡାକ୍ତରଖାନାକୁ ଯିବା ବେଳେ ଡାକ୍ତରଙ୍କୁ ଦୁଇ ହାତର ରକ୍ତଚାପ ଯାଂଚ କରିବାକୁ କୁହନ୍ତୁ
– ଦୁଇ ହାତ ମଧ୍ୟରେ ରକ୍ତଚାପର ରିଡିଂରେ ସାମାନ୍ୟ ପାର୍ଥକ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରଣ ନୁହେଁ
– ତେବେ ରିଡିଂ ବ୍ୟବଧାନ ଯଦି ୧୦ ମିଲିଲିଟରରୁ ଅଧିକ ହେଲେ ସତର୍କ ରହିବା ଦରକାର
– ବ୍ୟବଧାନ ଅଧିକ ରହିଲେ ହୃଦରୋଗ, ଷ୍ଟ୍ରୋକ ଏବଂ ଅନ୍ୟାନ୍ୟ ରୋଗର ବିପଦ ହୋଇପାରେ
– ରକ୍ତଚାପ ୧୨୦/୮୦ ରହିଲେ, ଏହାକୁ ସାମାନ୍ୟ ବୋଲି କୁହାଯାଏ
– ୧୨୦କୁ ସିଷ୍ଟୋଲିକ୍ ପ୍ରେସର ଓ ୮୦କୁ ଡାଏଷ୍ଟୋଲିକ୍ ପ୍ରେସର କୁହନ୍ତି
– ସିଷ୍ଟୋଲିକ୍ ୧୪୦ରୁ ଅଧିକ ଏବଂ ଡାଏଷ୍ଟୋଲିକ ୯୦ରୁ ଅଧିକ ରହିଲେ, ହାଇପରଟେନସନ୍ ରୋଗୀ କୁହାଯିବ
– ଭାରତରେ ୨୩ କୋଟିରୁ ଅଧିକ ଲୋକେ ହାଇପରଟେନସନ୍ ରୋଗୀ
– ସେଥିରୁ ୨୫%ରୁ ଅଧିକ ଲୋକେ ନିଜ ରକ୍ତଚାପ ସମ୍ବନ୍ଧରେ ଅବଗତ ନାହାନ୍ତି
– ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ଦୈନନ୍ଦିନ କାର୍ଯ୍ୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ
– ଦୈନନ୍ଦିକ କାର୍ଯ୍ୟରେ ଅତିକମରେ ୩୦ ମିନିଟ୍ ବ୍ୟାୟାମ କରନ୍ତୁ
– ବ୍ୟାୟାମ କରିବାର ତୁରନ୍ତ ପରେ ରକ୍ତଚାପ ମାପନ୍ତୁ ନାହିଁ
– ତାଜା ଫଳ ଓ ପନିପରିବା ସହିତ ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ
– ସୁସ୍ଥ ରହିବା ପାଇଁ ଖାଦ୍ୟପେୟ ବ୍ୟତୀତ ଓଜନ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ
– ପ୍ରଥମେ ଶରୀରର ଓଜନ ୫ରୁ ୧୦ ପ୍ରତିଶତ କମ୍ କରନ୍ତୁ
– ମନକୁ ଶାନ୍ତ ରଖନ୍ତୁ ଓ ଯଥାସମ୍ଭବ ବିଶ୍ରାମ ନିଅନ୍ତୁ
– ଅଧିକ ଚାପ ନହେବାକୁ ଚେଷ୍ଟା କରିବା ଧ୍ୟାନ କରନ୍ତୁ
– ମଦ୍ୟପାନ ଓ ଧୁମ୍ରପାନ କମ୍ କରିବା ଦରକାର
– ଧୁମ୍ରପାନ ଫୁସଫୁସ ଓ ଧମନୀ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ