ବଲାଙ୍ଗୀର ଖପ୍ରାଖୋଲରେ ବାହାରୁଛି ସୁନା ପଥର! ଘଟଣାସ୍ଥଳରେ ତହସିଲଦାର, ବିଡିଓଙ୍କ ସହ ବିଶେଷଜ୍ଞ ଟିମ୍ ।

3,292

କନକ ବ୍ୟୁରୋ: ବଲାଙ୍ଗୀରରେ ସୁନା ପଥର ବାହାରିଥିବା ଚର୍ଚ୍ଚା । ଖପ୍ରାଖୋଲ ଥାନା ନାନ୍ଦୁପଲା ପଞ୍ଚାୟତ ଛାଞ୍ଚାଣବାହାଲି ଗାଁରେ ସୁନା ପଥର ବାହାରିଥିବା ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏହି ଗାଁର ଜାବେଦ୍ ମହମ୍ମଦ ନାମକ ଜଣେ ଚାଷୀ, ନିଜ ବିଲରେ ଗଭୀର ନଳକୂପ ଖୋଲୁଥିଲେ । ଏହି ସମୟରେ ଛୋଟ ଛୋଟ ଚିକ୍କଣ ସୁନେଲି ଦିଶୁଥିବା ପଥର ବାହାରିଥିଲା । ଗାଁଟି ଗନ୍ଧମାର୍ଦ୍ଦନ ପାହାଡ଼ ପାଦ ଦେଶରେ ଥିବାରୁ ଏଠାରେ ସୁନା ଥିବା ବିଶ୍ୱାସ କରନ୍ତି ସ୍ଥାନୀୟ ବାସିନ୍ଦା । ତେଣୁ ନଳକୂପ ଖନନ ସମୟରେ ବାହାରିଥିବା ସବୁ ଚିକ୍କଣ ପଥର ସାଉଁଟିବା ସହ ଏନେଇ ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ବିଡିଓ ଓ ତହସିଲଦାର ଆସି ଚିକ୍କଣ ପଥର ଗୁଡ଼ିକର ନମୂନା ସଂଗ୍ରହ କରିଛନ୍ତି । ତେବେ ଏହା ସୁନା କି ନୁହେଁ ସ୍ପଷ୍ଟ ହୋଇନଥିବା ବେଳେ ପ୍ରଶାସନ ବିଶେଷଜ୍ଞ ଟିମର ପରାମର୍ଶ ଲୋଡ଼ିଛି ।