ରାଜଧାନୀ ରାସ୍ତାର ମ୍ୟାନହୋଲରେ ଖସିପଡିଲେ ୭୫ବର୍ଷିୟା ବୃଦ୍ଧା ! ମୃତ୍ୟୁ ମୁହଁରେ ବିତିଲା ରାତି, ୧୨ଘଣ୍ଟା ପରେ ହେଲେ ଉଦ୍ଧାର

18

କନକ ବ୍ୟୁରୋ : ଭୁବନେଶ୍ୱରରେ ଅଭାବନୀୟ ଘଟଣା । ମ୍ୟାନହୋଲରେ ପଡି ବୃଦ୍ଧା ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଗତକାଲି ସମୟ ରାତି ୮ଟାରେ ଜଣେ ୭୦ ବୟସର ବୃଦ୍ଧା ଦୁଃଖୀ ସେଠୀ ରାସ୍ତାରେ ଯାଉଥିବା ସମୟରେ ମ୍ୟାନହୋଲରେ ପଡିଯାଇଥିଲେ ।

ଦୀର୍ଘ ସମୟଧରି ହୋଲ ଭିତରେ ଛଟପଟ ହୋଇଥିଲେ ବୃଦ୍ଧା । କିନ୍ତୁ ବୃଦ୍ଧା ଦୁଃଖୀ ସେଠୀଙ୍କର କେହି ଖୋଜ ଖବର ପାଇନଥିଲେ । ପରେ ସକାଳୁ ଖବର ପାଇ ଅଗ୍ନିଶମ କର୍ମଚାରୀ ପହଂଚି ଉଦ୍ଧାର କରିଥିଲେ । ଦୀର୍ଘ ୧୨ ଘଂଟା ପରେ ଅତି ସାବଧାନତାର ସହ ଉଦ୍ଧାର ହୋଇଥିଲେ ବୃଦ୍ଧା ଜଣକ ।

ସ୍ମାର୍ଟ ସିଟିର ମାନ୍ୟତା ପାଇଥିବା ଭୁବନେଶ୍ୱର ଏ ହେଉଛି ତାହାର ବାସ୍ତବ ଚିତ୍ର । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ଦୀର୍ଘ ୬ ମାସ ହେବ ଏହି ମ୍ୟାନହୋଲ ଖାଲି ହୋଇ ରହିଛି ଏବଂ ସ୍ଲାପ ପଡିନି । କିନ୍ତୁ ସ୍ୱରେଜ ବିଭାଗ ପକ୍ଷରୁ କୈାଣସି ଦୃଷ୍ଟି ଦିଆଯାଉନି ।