ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ୱାମୀ ଗୁରୁତର : ଚିକିତ୍ସା ପାଇଁ ମୋହନା ମେଡିକାଲରେ ଭର୍ତ୍ତି

180

କନକ ବ୍ୟୁରୋ : ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ୱାମୀ ଗୁରୁତର । ଗଜପତି ଜିଲ୍ଲା ମୋହନା ଥାନା ଶିରିଶିପଦା ଗାଁରେ ଘଟିଛି ଏଭଳି ଘଟଣା । ବଳଦ ବିକ୍ରିକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟ ଝଗଡ଼ା ହୋଇଥିଲା । ଏହା ପରେ ଉଗ୍ର ରୂପ ନେଇଥିଲା । ସ୍ୱାମୀ ପ୍ରଥମେ ସ୍ତ୍ରୀଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିବା ବେଳେ ନିଜକୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ ଟାଙ୍ଗିଆରେ ପାଲଟା ଆକ୍ରମଣ କରିଥିଲେ । ଏଥିରେ ସ୍ୱାମୀ ବାଲିମା ଗମାଙ୍ଗ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି । ଆବଶ୍ୟକ ସ୍ଥଳେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯିବ ବୋଲି ଡାକ୍ତର କହିଛନ୍ତି ।