ଖସୁଛି ପାରଦ ବଢୁଛି ଥଣ୍ଡା ! ଶୀତରେ ଥରୁଛି ସାରା ରାଜ୍ୟ

94

କନକ ବ୍ୟୁରୋ : ଶୀତରେ ଥରୁଛି ସାରାରାଜ୍ୟ । ଗୋଟିଏ ଦିନରେ ସାରା ରାଜ୍ୟରେ ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏଁ କମିଛି । ସେହି ଅନୁପାତରେ ଥଣ୍ଡା ମଧ୍ୟ ବଢିଛି । ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି କନ୍ଧମାଳର ଦାରିଙ୍ଗବାଡିରେ । ଏଠାରେ ତାପମାତ୍ରା ରହିଛି ୩ ଡିଗ୍ରୀ ସେଲସିୟସ୍ । ଫୁଲବାଣୀରେ ତାପମାତ୍ରା ରହିଛି ୩ ଦଶମିକ ୫ ଡିଗ୍ରୀ । ଉପକୂଳରେ ବି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । କଟକରେ ତାପମାତ୍ରା ୧୧ ଡିଗ୍ରୀ ଥିବା ବେଳେ ଭୁବନେଶ୍ୱରରେ ୧୧ ଦଶମିକ ୮ ଡିଗ୍ରୀ ରେକର୍ଡ ହୋଇଛି ।

winter seasonବର୍ତ୍ତମାନ ଆକାଶ ମେଘମୁକ୍ତ ରହିବା ସହ ଶୁଖିଲା ପାଗ ରହିଛି । ଫଳରେ ଥଣ୍ଡା ବଢୁଛି । ଏଥିସହ ଉତ୍ତର ପୂର୍ବଦିଗରୁ ଥଣ୍ଡା ପବନ ବୋହୁଛି । ଯାହା ହଠାତ୍ ଜାଡ ବଢାଇଦେଇଛି । ସେପଟେ ଲଘୁଚାପ ପ୍ରଭାବରେ ଆସନ୍ତା ୩୦ ତାରିଖରୁ ସାମାନ୍ୟ ବର୍ଷା ହୋଇପାରେ । ପାଣିପାଗ କେନ୍ଦ୍ରର ସୁଚନା ଅନୁସାରେ ଆଣ୍ଡାମାନ ସାଗରରେ ଯେଉଁ ଲଘୁଚାପ ସୃଷ୍ଟି ହୋଇଥିଲା ତାହା ଟ୍ରଫଲାଇନରେ ପରିଣତ ହୋଇଛି । ଯାହାର ପ୍ରଭାବରେ ୩୦ ଓ ୩୧ ତାରିଖରେ ଉପକୂଳ ଓଡ଼ିଶାର କିଛିି ଜିଲ୍ଲାରେ ହାଲକା ବର୍ଷାର ସମ୍ଭାବନା ରହିଛି । ତେବେ ଆଜିଠାରୁ ଥଣ୍ଡା କମିପାରେ ବୋଲି ଆଂଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ କହିଛନ୍ତି ।

ପାଣିପାଗ କେନ୍ଦ୍ରର ସୂଚନା ବୟାନ କରୁଛି ଯେ ବର୍ତମାନ ଆକାଶ ମେଘମୁକ୍ତ, ଶୁଖିଲା ପାଗ ରହିଛି । ଥଣ୍ଡା winterବଢ଼ିବା ପାଇଁ ଏଭଳି ପାଗ ବେଶ୍ ଅନୁକୂଳ । ତା’ ସାଙ୍ଗକୁ ଉତ୍ତର ପୂର୍ବ ଦିଗରୁ ବହୁଛି କାଲୁଆ ପବନ । ପବନର ବେଗ ଘଣ୍ଟା ପ୍ରତି ୨୫ରୁ ୩୦ କି.ମି. ଥିବାରୁ ଏହା ଅକ୍ଲେଶରେ ପଶ୍ଚିମ ଭାଗ ଦେଇ ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ମାଡ଼ି ଆସୁଛି । ଫଳରେ ହଠାତ୍ ବଢ଼ିଯାଇଛି ଜାଡ଼ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ପାରଦ ସ୍ୱାଭାବିକ ମାତ୍ରାଠାରୁ ୨-୩ ଡିଗ୍ରି ହ୍ରାସ ପାଇଛି । ଓଡ଼ିଶାରେ ବର୍ଷା ସମ୍ଭାବନା ସଂପର୍କରେ ଡ. ସାହୁଙ୍କ ପୂର୍ବାନମାନ ହେଉଛି ଯେ ଆସନ୍ତା ୨୯ ତାରିଖ ବେଳକୁ ବଙ୍ଗୋପ ସାଗରରେ ଗୁରୁଚାପ ସୃଷ୍ଟି ହୋଇପାରେ । ତା’ ପ୍ରଭାବରେ ୩୦/୩୧ ତାରିଖରୁ ବର୍ଷା ହେବ । ଜାନୁଆରି ୨ ପର୍ଯ୍ୟନ୍ତ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ଅଧିକ ବୋଲି ସେ କହିଛନ୍ତି ।