ଲୋକସଭାରେ ଆଜି ଆଗତ ହେବ ବହୁ ଚର୍ଚ୍ଚିତ ତିନି ତଲାକ ବିଲ ! ବିରୋଧ କଲା ମୁସଲିମ୍ ପର୍ସନାଲ ଲ ବୋର୍ଡ

21

କନକ ବ୍ୟୁରୋ : ଆଜି ଲୋକସଭାରେ ତିନି ତଲାକ୍ ବିଲ୍ ଆଗତ କରିବେ କେନ୍ଦ୍ର ସରକାର । ଲୋକସଭାରେ ପାରିତ ହେବା ପରେ ଏହି ବିଲ୍ ରାଜ୍ୟସଭାରେ ଆଗତ ହେବ । ପରେ ଅନୁମୋଦନ ପାଇଁ ବିଲ୍କୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହେବ ତିନି ତଲାକ୍ ବିଲ୍ । ତେବେ ଏହି ବିଲକୁ ବିରୋଧ କରିଛି ସର୍ବଭାରତୀୟ ମୁସଲିମ ମହିଳା ପର୍ସନାଲ ଲ ବୋର୍ଡ । ସରକାର ବିନା ଆଲୋଚନାରେ ଏହି ବିଲ୍ ପାରିତ କଲେ ଆନ୍ଦୋଳନ ହେବ ବୋଲି ବୋର୍ଡ ଚେତାବନୀ ଦେଇଛି । ଏଥିସହ ବୋର୍ଡ କହିଛି, କୋରାନ୍ କିମ୍ବା ସମ୍ବିଧାନ ବିରୋଧରେ ଯାଇ ସରକାର ଏଭଳି ବିଲ୍ ପାରିତ କଲେ ଏହାକୁ ଗ୍ରହଣ କରାଯିବନି ।

triple talaq

 

 

 

 

 

 

 

 

 

 

 

 

 

 

ଏବେ ଆସନ୍ତୁ ଜାଣିବା ଏହି ଟ୍ରିପଲ ତଲାକ୍ ବିଲ୍ କଣ ?

– ତିନି ତଲାକ୍ ବା ତକ୍ରାଳ ଛାଡପତ୍ରକୁ ଧର୍ତବ୍ୟ ଓ ଜାମିନବିହୀନ ଅପରାଧ ଭାବେ ଗ୍ରହଣ କରାଯିବ ।

– ମୌଖିକ, ଲିଖିତ, ଟେଲିଫୋନ୍ କିମ୍ବା ସୋସିଆଲ ମିଡିଆରେ ତଲାକ୍ ଦେବା ବେଆଇନ୍ ।

– ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

– ଏହି ଅପରାଧ ଲାଗି ୩ ବର୍ଷ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି ।

– ସନ୍ତାନଙ୍କୁ ଥଇଥାନ ପାଇଁ ବିଚାରପତିଙ୍କୁ ଅନୁରୋଧ କରିପାରିବେ ପୀଡ଼ିତା ।

– ଜମ୍ମୁ କଶ୍ମୀର ବ୍ୟତୀତ ସାରା ଦେଶରେ ଲାଗୁ ହେବ ଆଇନ ।

– ତିନି ତଲାକ୍କୁ ଅଗଷ୍ଟ ୨୨ ତାରିଖରେ ଅବୈଧ ଘୋଷଣା କରିଥିଲେ ସୁପ୍ରିମକୋର୍ଟ ।

– ଡିସେମ୍ବର ୧୫ରେ ବିଲ୍କୁ କେନ୍ଦ୍ର କ୍ୟାବିନେଟ୍ରେ ମଞ୍ଜୁରୀ ମିଳିଥିଲା ।