୨୦୨୪ ନିର୍ବାଚନରେ ତାମିଲନାଡୁରୁ ଲଢିପାରନ୍ତି ପ୍ରଧାନମନ୍ତ୍ରୀ : ରାଜ୍ୟ ବିଜେପି ସଭାପତିଙ୍କ ବୟାନ ପରେ ବଢୁଛି ଚର୍ଚ୍ଚା; କହିଲେ…

218

କନକ ବ୍ୟୁରୋ : ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ତାମିଲନାଡୁରୁ ଲଢିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାମିଲନାଡୁର ରାଜ୍ୟ ବିଜେପି ସଭାପତି କେ ଆନ୍ନାମଲାଇଙ୍କ ବୟାନ ପରେ ବଢୁଛି ଚର୍ଚ୍ଚା । ୨୦୨୪ରେ ମୋଦୀ ତାମିଲନାଡୁର ଯକୌଣସି ଆସନରୁ ନିର୍ବାଚନ ଲଢିପାରନ୍ତି ବୋଲି କହିଛନ୍ତି କେ ଆନ୍ନାମଲାଇ । ସେ କହିଛନ୍ତି, ମୋଦୀ ଆଞ୍ଚଳିକ ସୀମାରେଖାରୁ ଊଦ୍ଧ୍ୱର୍ରେ ଅଛନ୍ତି ।

ସେ ଏବେ କୌଣସି ରାଜ୍ୟର ନୁହଁନ୍ତି, ସମଗ୍ର ଭାରତର ନେତା । ତାଙ୍କୁ ଏବେ ରାଜ୍ୟ ବାହାରର ନୁହେଁ ତାମିଲନାଡୁ ରାଜ୍ୟ ଭତିରର ବୋଲି ଗଣାଯାଉଛି ବୋଲି ସେ କହିଛନ୍ତି । ତାମିଲ ନ୍ୟୁଜ୍ ଦେଖିଲେ ଏହାର ସତତ୍ୟ ଜାଣିପାରିବେ ବୋଲି ସେ କହିଛନ୍ତି । ଯୁଆଡେ ଗଲେ ଲୋକେ ପଚାରୁଛନ୍ତି ମୋଦୀ କଣ ତାମିଲନାଡରୁ ନିର୍ବାଚନ ଲଢୁଛନ୍ତି । ଆଉ ଲୋକେ ଏଭଳି କୁହାକୁହି ହେବାରମାନେ ସେମାନେ ମୋଦୀଙ୍କୁ ବାହାର ଲୋକ ବୋଲି ଭାବୁନାହାଁନ୍ତି ବୋଲି ସେ କହିଛନ୍ତି ।

ତେବେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଦକ୍ଷିଣ ଭାରତ ଉପରେ ଫୋକୋସ କରୁଥିବାରୁ ତାମିଲନାଡୁ ମୋଦୀଙ୍କୁ ଛିଡା କରାଇ ମାଷ୍ଟରଷ୍ଟ୍ରୋକ୍ ଖେଳିବାକୁ ବିଜେପି ଯୋଜନା ଚଳାଇଥିବା କୁହାଯାଉଛି । ୨୦୧୯ ଲୋକସଭା ନିର୍ବାଚନରେ ମୋଦୀ ଉତ୍ତରପ୍ରଦେଶର ବାରଣାସୀ ଏବଂ ଗୁଜରାଟର ବରୋଦରା ଆସନରୁ ନିର୍ବାଚନ ଲଢି ଉଭୟରେ ବିଜୟୀ ହୋଇଥିଲେ । ପରେ ସେ ବରୋଦରା ଆସନ ଛାଡି ବାରଣାସୀର ପ୍ରତିନିଧିତ୍ୱ କରିଥିଲେ ।