ବିଜେପିର ୨ ଦିନିଆ କାର୍ଯ୍ୟକାରିଣୀ ବୈଠକ ଶେଷ : ‘କେଜ୍ରିୱାଲ’ଙ୍କୁ ନେଇ ବିଜେପି କରୁଛି ନୂଆ ରଣନୀତି

80

କନକ ବ୍ୟୁରୋ : ଦିଲ୍ଲୀରେ ଶେଷ ହୋଇଛି ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ । ବୈଠକରେ ଦଳ ଆଗାମୀ ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତ କରିଛି । ସାଙ୍ଗଠନିକ ସ୍ତରରେ ଦଳକୁ ଅଧିକରୁ ଅଧିକ ମଜବୁତ କରିବା ଦିଗରେ ଦଳ କାମ କରିବାକୁ ଲକ୍ଷ୍ୟ ରଖିଛି । ନିର୍ବାଚନକୁ ଆଖି ଆଗରେ ରଖି ପ୍ରତ୍ୟେକ ଜନତାଙ୍କ ନିକଟରେ ପହଞ୍ଚିବାକୁ, କେନ୍ଦ୍ର ସରକାରଙ୍କ ଯୋଜନାଗୁଡିକୁ ପହଞ୍ଚାଇବାକୁ ଦଳ ରଣନୀତି କରୁଛି ।

ବୁଥ ସ୍ତରରେ ହ୍ୱାଟସଅପ ଜରିଆରେ କେନ୍ଦ୍ର ସରକାରଙ୍କ ଉପଲବ୍ଧି ବଖାଣିବା ପାଇଁ ଯୋଜନା କରୁଛି ଦଳ । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଦୃଢତାର ସହ କହିଛନ୍ତି କି ବିଜେପି କେବଳ ୨୦୨୪ ଲୋକସଭା ନିର୍ବାଚନ ନୁହେଁ ୯ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ମଧ୍ୟ ଜିତ ହାସଲ କରିବ । ଅନ୍ୟପଟେ ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାରକୁ ଦୋହଲାଇବା ପାଇଁ ଆଜିର ବୈଠକରେ ଚର୍ଚ୍ଚା ହୋଇଛି ।