ଦକ୍ଷିଣ ଓଡିଶାରେ ସଙ୍ଗଠନ ସଜାଡୁଛି ଶାସକ ଦଳ । ଫୋକସରେ ଅବିଭକ୍ତ କୋରାପୁଟ ଜିଲ୍ଳା । ବିଜେଡି ପାଇଁ ଚ୍ୟାଲେଞ୍ଜ ହେବ କି ବିଆରଏସ୍?

113

କନକ ବ୍ୟୁରୋ: ଶାସକ ବିଜେଡି ଦଳର ଫୋକସରେ ଦକ୍ଷିଣ ଓଡିଶା । ବିଶେଷ କରି ଅବିଭକ୍ତ କୋରାପୁଟ ଜିଲ୍ଲାରେ ସଙ୍ଗଠନକୁ ମଜବୁତ କରିବା ପାଇଁ ଲାଗିପଡିଛନ୍ତି ଛାମୁଆ ନେତା । ମୁଖ୍ୟମନ୍ତ୍ରୀଙ୍କ କୋରାପୁଟ ଗସ୍ତ ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦଳୀୟ ନେତା ଓ କର୍ମୀଙ୍କୁ ନେଇ ଆଲୋଚନା କରୁଛନ୍ତି ସଙ୍ଗଠନ ସମ୍ପାଦକ । କୋରାପୁଟ ଜିଲ୍ଲାର କିଛି ପରିଚିତ ନେତା ବିଆରଏସ୍ ସାମିଲ ହେବା ପରେ ବିଜେଡି ଆପଣାଇଛି ନୂଆ ରଣନୀତି । ତେବେ ବିଜେଡି ପାଇଁ ଚ୍ୟାଲେଞ୍ଜ ହେବ କି ବିଆରଏସ ?

କୋରାପୁଟରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଅଛନ୍ତି – ଦଳୀୟ କର୍ମୀଙ୍କୁ ଭେଟୁଛନ୍ତି, ସାମାଜିକ କର୍ମୀଙ୍କୁ ନେଇ ଆଲୋଚନା କରୁଛନ୍ତି । ଚର୍ଚ୍ଚା ହେଉଛି, ୨୪ ପୂର୍ବରୁ ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ବଡ଼ ଯୋଜନା କରୁଛି ଶାସକ ବିଜୁ ଜନତା ଦଳ ।

  • ବିଜେଡି ଫୋକସରେ ଦକ୍ଷିଣ ଓଡ଼ିଶା
  • ବିଜେଡିକୁ ବଡ଼ ଚ୍ୟାଲେଞ୍ଜ ଦେବ କି ବିଆରଏସ୍?

ଗିରିଧର ଗମାଙ୍ଗ, ଶିଶିର ଗମାଙ୍ଗ, ଜୟରାମ ପାଙ୍ଗୀଙ୍କ ଭଳି କୋରାପୁଟ ରାଜନୀତିର ପରିଚିତ ଚେହେରା, ଯେତେବେଳେ କେସିଆରଙ୍କ ଭାରତ ରାଷ୍ଟ୍ର ସମିତିରେ ସାମିଲ ହୋଇଛନ୍ତିଏବଂ ‘ଅବ୍୍ କି ବାର୍ ଚାଷୀ ସରକାର’ ନାରା ଦେଇ ଉଭୟ ବିଜେଡି ଓ ବିଜେପିକୁ ଚ୍ୟାଲେଞ୍ଜ ଦେବା ପାଇଁ ଅଣ୍ଟା ଭିଡୁଛନ୍ତି । ଠିକ୍ ସେତିକି ବେଳେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦଳର ସଂଗଠନକୁ ମଜବୁତ କରିବା ପାଇଁ ଆଗେଇ ଆସିଛି ଶାସକ ବିଜେଡି ଦଳ ।

  • ୟୁନିଭର୍ସିଟି ହେଲା ବିକ୍ରମ ଦେବ କଲେଜ
  • ଏକାଧିକ ପ୍ରକଳ୍ପର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ
  • ଗୁପ୍ତେଶ୍ୱର ଯାଇ ବିକାଶର କଥା କହିଲେ ୫ଟି ସଚିବ
  • ଏବେ ସଂଗଠନକୁ ସଜାଡୁଛନ୍ତି ପ୍ରଣବ ପ୍ରକାଶ ଦାସ

ଯଦି ଏହି ଗୋଟିଏ ଗୋଟିଏ ଘଟଣାକୁ ଯୋଡ଼ି ଦିଆଯାଏ, ତେବେ ଗୋଟିଏ କଥା ସ୍ପଷ୍ଟ ଯେ, କୋରାପୁଟ ଜିଲ୍ଳାର ରାଜନୀତିକୁ ନିଜ ଆଡକୁ ମୋଡ଼ି ଦେବା ପାଇଁ ଉଦ୍ୟମ କରୁଛି ବିଜେଡି । ଏସବୁ ଭିତରେ କଂଗ୍ରେସ ବିଧାୟକ ତାରା ବାହିନୀପତି, ମୁଖ୍ୟମନ୍ତ୍ରୀଙ୍କ ଗୁଣଗାନ କରିବା ଏକ ନୂଆ ବିତର୍କ ସୃଷ୍ଟି କରିଛି । ଏପଟେ ବିଆରଏସ ନେତା କହୁଛନ୍ତି, ଶାସକ ଦଳରୁ ବହୁ ନେତା ବିଆରଏସରେ ଯୋଗଦେବେ । ଯାହା ବର୍ତମାନ ଏକ ରୋଚକ ରାଜନୀତି ସୃଷ୍ଟି କରିଛି ।

ବଡ଼ କଥା ହେଉଛି, ଗତ ନିର୍ବାଚନରେ ଶାସକ ଦଳର ପ୍ରାର୍ଥୀଙ୍କୁ ମାତ୍ ଦେଇ ଲୋକସଭା ଆସନକୁ ମାଡ଼ି ବସିଥିଲା କଂଗ୍ରେସ । ତେଣୁ କୋରାପୁଟ ଆସନକୁ ନିଜ ହାତକୁ ଆଣିବା ପାଇଁ ରଣନୀତି ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି ।