ଶୁଖୁନି ଲୁହ, କମୁନି କୋହ । ମୋବାଇଲ୍ ଓ ବ୍ୟାଗ ପାଇଥିଲେ ବି ସ୍ୱାମୀଙ୍କୁ ପାଉନାହାନ୍ତି ସିଆରପିଏଫ ଯବାନଙ୍କ ପତ୍ନୀ

1,083

କନକ ବ୍ୟୁରୋ: ଚାଲିଛି ନିଖୋଜ ସ୍ୱାମୀଙ୍କ ଖୋଜା । ମୋବାଇଲ ଓ ବ୍ୟାଗ ମିଳିଛି । କିନ୍ତୁ ନିଖୋଜ ନିଖିଳ ଧରାଙ୍କ ପତା ମିଳୁନାହିଁ । ବାଲେଶ୍ୱର ବାହାନାଗା ଟ୍ରେନ ଟ୍ରାଜେଡି ଏଭଳି ଅନେକ ଘରକୁ ଉଜାଡିଦେଇଛି । କିଏ କାହା ସ୍ୱାମୀକୁ ଖୋଜୁଛି ତ, ଆଉ କିଏ ନିଜ ପୁଅକୁ । ନିଖିଳ ଧରାଙ୍କ ଘର ହେଉଛି ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲା କୁସୁମୁଡି ଗାଁରେ । ନିଖିଳ ଖରା ସିଆରପିଏଫରେ ଚାକିରୀ କରନ୍ତି । ଟ୍ରେନିଂ ପାଇଁ ଖଡଗପୁର ଯାଉଥିଲେ । ହେଲେ ପହଞ୍ଚିିପାରିଲେନି । ଟିଭିରେ ଖବର ଦେଖି ସ୍ୱାମୀଙ୍କୁ ଫୋନ କଲେ । କିନ୍ତୁ କେହି ଫୋନ ଉଠାଇଲେନି । ପରଦିନ ଫୋନ ଆସିଲା ବାଲେଶ୍ୱର ଆସିବାକୁ । ପରିବାର ଲୋକେ ବାହାନାଗା ଆସି ମୋବାଇଲ ଓ ବ୍ୟାଗ ପାଇଥିବାବେଳେ ନିଖିଳଙ୍କ କୌଣସି ପତା ମିଳୁନାହିଁ । ବହୁ ଖୋଜାଖୋଜି ପରେ ନିଖିଳଙ୍କୁ ପାଇବା ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଗୁହାରି କରିଛନ୍ତି ପରିବାର ଲୋକେ ।

  • କଟକ ଆସୁଥିଲେ, ଜୀବନ ନେଇଗଲା ଦୁର୍ଘଟଣା
  • ମାଆ, ଝିଅ ଓ ପୁତୁରାଙ୍କୁ ଗିଳିଦେଲା କରମଣ୍ଡଳ

ବାଲେଶ୍ୱର ସଦର ବ୍ଲକ ହଳଦୀପଦାର ବିନୋଦ ଦାସ । ଟ୍ରେନ ଦୁର୍ଘଟଣାରେ ବିନୋଦ, ନିଜ ସ୍ତ୍ରୀ ଝରଣା ଦାସ, ଝିଅ ଓ ପୁତୁରା ସନ୍ଦୀପଙ୍କୁ ହରାଇଛନ୍ତି । ସନ୍ଦୀପ ଜଣେ ସଫଟୱେର ଇଂଜିନିୟର ହେବାର ସ୍ୱପ୍ନ ଦେଖିଥିଲେ । ଏହି ୩ ଜଣ ଚିକିତ୍ସା ପାଇଁ କଟକ ମେଡିକାଲ ଯାଉଥିଲେ । କିନ୍ତୁ କାଳ ହୋଇ ଆସିଥିଲା ଦୁର୍ଘଟଣା । ବିନୋଦ ସମସ୍ତଙ୍କୁ ଚିହ୍ନଟ କରିଛନ୍ତି । ସମସ୍ତଙ୍କ ମୃତଦେହ ଚିହ୍ନଟ କରାଯାଇ ଅନ୍ତିମ ସଂସ୍କାର କରାଯାଇଛି । ଗାଁରେ ସନ୍ଦୀଙ୍କ ମୃତଦେହ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡୁଥିଲା ପରିବେଶ ।

  • କାନ୍ଦବୋବାଳିରେ ଫାଟି ପଡୁଛି ଘର
  • ଦୁର୍ଘଟଣା ନେଇଗଲା ରୋଜଗାରିଆ ପୁଅର ଜୀବନ

କର୍ମ କ୍ଷେତ୍ରକୁ ଯାଉଥିବାବେଳେ ଜୀବନ ନେଇଗଲା ଟ୍ରେନ ଦୁର୍ଘଟଣା । ଘରେ ସ୍ତ୍ରୀ, ୩ ମାସର ଛୁଆ ଓ ବାପା,ମାଙ୍କୁ ଛାଡି ଚାଲିଗଲେ କପ୍ତିପଦା ବ୍ଲକ ସୌଭାଗ୍ୟଦେଇପୁରର ରଜନୀକାନ୍ତ ବେହେରା । ଘରର ରୋଜଗାରିଆ ପୁଅର ମୃତ୍ୟୁ ପରେ କାନ୍ଦ ବୋବାଳିରେ ଫାଟିପଡୁଛି ପରିବେଶ । ରଜନୀଙ୍କ ବାହାଘର ଦେଢବର୍ଷ ପୂର୍ବେ ହୋଇଥିଲା । ଏବେ ତାଙ୍କର ପୁଅଟିଏ ହୋଇଛି । ବେଙ୍ଗାଲୁରୁ ଯାଉଥିବାବେଳେ ଟ୍ରେନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ କରମଣ୍ଡଳ ଟ୍ରେନ ଦୁର୍ଘଟଣା ଅନେକଙ୍କ ଜୀବନ ନେଇଛି । ଆଉ ଏବେ ବି ନିଜ ଲୋକଙ୍କୁ ଖୋଜୁଛନ୍ତି ସମ୍ପର୍କୀୟ ।