କାହିଁକି ଭିଡ ନିୟନ୍ତ୍ରଣ କରିପାରୁନି ପ୍ରଶାସନ? ଯନ୍ତ୍ରଣା ବଢାଉଛି ବ୍ୟାରିକେଡ ଭିତରର ଅପେକ୍ଷା

323

କନକ ବ୍ୟୁରୋ: ସଂକ୍ରାନ୍ତିରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ପଶ୍ଚିମଦ୍ୱାରରେ ପ୍ରବଳ ଭିଡ । ଭିଡ ଏଭଳି ହୋଇଛି ଯେ, ଠେଲାପେଲା ଭଳି ସ୍ଥିତି ଉପୁଜିଛି । ମଙ୍ଗଳଆଳିତ ସମୟରେ ପଶ୍ଚିମ ଦ୍ୱାର ପଟେ ଥିବା ବ୍ୟାରିକେଡରେ ଭକ୍ତ ଘଂଟା ଘଂଟା ଧରି ଅପେକ୍ଷା କରିଥିବାବେଳେ ଠେଲାପେଲା ହୋଇଥିଲା । ଏଥିରେ ଜଣେ ମହିଳା ଭକ୍ତ ତଳେ ପଡିଯାଇ ଆହତ ହୋଇଛନ୍ତି । ଶ୍ରୀମନ୍ଦିରରେ ଏଭଳି ଘଟଣା ଏବେ ନିତିଦିନିଆ ହୋଇଗଲାଣି । ଆଉ ସମସ୍ୟା ଭୋଗୁଛନ୍ତି ମହିଳା, ବରିଷ୍ଠ ନାଗରିକ ଓ ଶିଶୁ । ଭିଡ ନିୟନ୍ତ୍ରଣ କରିବାରେ ପ୍ରଶାସନ ଅସମର୍ଥ ଥିବାରୁ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଶ୍ରୀମନ୍ଦିରର ପୂର୍ବ ଓ ପଶ୍ଚିମ ଦ୍ୱାର ଦେଇ ଭକ୍ତ ମନ୍ଦିର ଭିତରେ ପ୍ରବେଶ କରୁଛନ୍ତି । ଉତର ଓ ଦକ୍ଷିଣ ଦ୍ୱାରା କେବଳ ପ୍ରସ୍ଥାନ ପାଇଁ ଅଛି । ଏଠାରେ ପର୍ଯ୍ୟାୟକ୍ରମରେ ଭକ୍ତ ପ୍ରବେଶ କରିଥାନ୍ତି । ବିଶେଷକରି ମୁଖ୍ୟ ଦ୍ୱାର ଦେଇ ଭକ୍ତଙ୍କ ଗହଳି ଲାଗିଥାଏ । ଶନିବାର, ରବିବାର ଓ ଛୁଟିଦିନ ପଡିଗଲେ ଭକ୍ତଙ୍କ ଗହଳି ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି ।ଫଳରେ ଠେଲାପେଲା ଭଳି ପରିସ୍ଥିତି ଉପଜୁଛି । ତେବେ ଏସପି କହିଛନ୍ତି ଅତ୍ୟଧିକ ଭିଡ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । କିନ୍ତୁ ଦଳାଚକଟା ହୋଇନାହିାଁ

କେବଳ ପୂର୍ବ ଓ ପଶ୍ଚିମ ଦ୍ୱାର ନୁହେଁ, ପ୍ରବଳ ଭିଡ ଯୋଗୁଁ ଶ୍ରୀମନ୍ଦିର ଗର୍ଭଗୃହରେ ବାହାର କାଠ ଓ ଭିତର କାଠରେ ଦର୍ଶନ ପାଇଁ ଠେଲାପେଲା ଭଳି ସ୍ଥିତି ସୃଷ୍ଟି ହେଉଛି । ପ୍ରଶ୍ନ ଉଠୁଛି,

-କେବେ ଶୃଙ୍ଖଳିତ ହେବ ଦର୍ଶନ ବ୍ୟବସ୍ଥା?
-ଭିଡ ନିୟନ୍ତ୍ରଣ ପାଇଁ କାହିଁକି ପ୍ରଶାସନ ଫେଲ ମାରିଛି?
-ବରିଷ୍ଠ ନାଗରିକ, ମହିଳା ଓ ଶିଶୁଙ୍କ ପାଇଁ କାହିଁକି ହେଉନି ସ୍ୱତନ୍ତ୍ର ବ୍ୟବସ୍ଥା?