କାହିଁକି ପଛରେ ପଡୁଛି ସରକାରୀ ଶିକ୍ଷାନୁଷ୍ଠାନ? ଜାତୀୟ ରାକିଂରେ ପଛରେ ପଡିଲା ଉତ୍କଳ ବିଶ୍ୱବିଦ୍ୟାଳୟ ।

96

କନକ ବ୍ୟୁରୋ: କେନ୍ଦ୍ର ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରକାଶ ପାଇଥିବା ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ର୍ୟାଙ୍କିଙ୍ଗ ଫ୍ରେମୱର୍କ ତାଲିକାରେ ପଛରେ ପଡିଛନ୍ତି ରାଜ୍ୟର ସରକାରୀ ଶିକ୍ଷାନୁଷ୍ଠାନ । ଏହି ତାଲିକାରେ ଉତ୍କଳ ବିଶ୍ୱବିଦ୍ୟାଳୟଠାରୁ ଆରମ୍ଭ କରି ବଡ ବଡ ଶିକ୍ଷାନୁଷ୍ଠାନର ନୌରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ବିଶ୍ୱବିଦ୍ୟାଳୟ ବର୍ଗରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ୯୦ ରାଙ୍କରେ ଅଛି । କିନ୍ତୁ ଅନ୍ୟ ବିଶ୍ୱବିଦ୍ୟାଳୟ କି କଲେଜ ଏହି ତାଲିକାରେ ନାହିଁ । ସରକାର ଅନୁଷ୍ଠାନଗୁଡିକୁ ହଜାର ହଜାର କୋଟିର ଅନୁଦାନ ଦେଉଛନ୍ତି । ଭିତିଭୂମି ପାଇଁ ଟଙ୍କା ଖର୍ଚ ହେଉଛି । କିନ୍ତୁ କାହିଁକି ଉତ୍କଳ ବିଶ୍ୱବିଦ୍ୟାଳୟ ଭଳି ଅନୁଷ୍ଠାନ ବି ପଛରେ ପଡିଛି ।

 

ବିଶ୍ୱବିଦ୍ୟାଳୟ ବର୍ଗରେ ସୋଆ ଓ କିଟ ଉପରକୁ ଉଠୁଛନ୍ତି କିନ୍ତୁ ଉକ୍ରଳ ବିଶ୍ୱବିଦ୍ୟାଳୟ ତଳକୁ ଖସିଛି । ୫ଟି ବର୍ଗରେ ସୋଆ ଓ ଦୁଇଟିରେ ଏନଆଇଟି ଶ୍ରେଷ୍ଠ ଭାବେ ବିବେଚିତ ହୋଇଛି । କାହିଁକି ଉତ୍କଳ ବିଶ୍ୱବିଦ୍ୟାଳୟ ଫେଲ ମାରିଲା? କାହିଁକି ଭଲ ପ୍ରଦର୍ଶନ କରୁନାହାନ୍ତି ସରକାରୀ ଶିକ୍ଷାନୁଷ୍ଠାନ? କୋଟି କୋଟି ଟଙ୍କାର ଅନୁଦାନ କୁଆଡେ ଯାଉଛି? ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ।