ଆଜି ପାକିସ୍ତାନ ସଂସଦ ବାଛିବ ନୂଆ ପ୍ରଧାନମନ୍ତ୍ରୀ : ଇମ୍ରାନ ବିଦା ହେବା ପରେ ପ୍ରଧାନମନ୍ତ୍ରୀ ଦୌଡ଼ରେ ଶାହବାଜ ସରିଫ

81

କନକ ବ୍ୟୁରୋ : ପଡୋଶୀ ପାକିସ୍ତାନରେ ଥମିପାରେ ଗତ କିଛି ଦିନ ଧରି ଲାଗି ରହିଥିବା ରାଜନୈତିକ ସଂକଟ । ଆଜି ସଂସଦରେ ନିର୍ବାଚିତ ହେବେ ନୂଆ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଚୟନ ପାଇଁ ନାମାଙ୍କନପତ୍ର ଦାଖଲ କରାଯାଇଛି । ସଂଯୁକ୍ତ ବିରୋଧୀ ଦଳ ପକ୍ଷରୁ ପିଏମ୍ଏଲ୍-ଏନ୍ ନେତା ଶାହବାଜ ସରିଫ୍ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଇମ୍ରାନଙ୍କ ପାର୍ଟି ପିଟିଆଇ ପକ୍ଷରୁ ଶାହା ମେହମୁଦ କ୍ୟୁରେସୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ।

ଆଜି ଅପରାହ୍ଣ ୨ଟାରେ ସଂସଦର ଅଧିବେଶନ ବସି ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚନ ଲାଗି ଭୋଟିଂ କରାଯିବ । ତେବେ ବିରୋଧୀ ଦଳ ପାଖରେ ସାଂସଦଙ୍କ ସଂଖ୍ୟା ବଳ ଥିବାରୁ ଶାହବାଜ ସରିଫ ପ୍ରଧାନମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ସେପଟେ ସତା ପରିବର୍ତନକୁ ନେଇ ମିଳିତ ବିରୋଧୀ ଦଳଙ୍କୁ ଟୁଇଟ୍ କରି ଟାର୍ଗେଟ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଟୁଇଟରେ ସେ ଲେଖିଛନ୍ତି ୧୯୪୭ ମସିହାରେ ପାକିସ୍ତାନ ସ୍ୱାଧୀନ ହେଲା । କିନ୍ତୁ ଦେଶରେ କ୍ଷମତା ପରିବର୍ତ୍ତନ ପାଇଁ ବିଦେଶୀ ଷଡଯନ୍ତ୍ର ବିରୋଧରେ ଆଉ ଏକ ସ୍ୱାଧିନତା ସଂଗ୍ରାମ ଆରମ୍ଭ ହେଲା । ପାକିସ୍ତାନର ଜନତା ଦେଶର ସାର୍ବଭୌମତ୍ୱ ଓ ଗଣତନ୍ତ୍ରକୁ ବଂଚାଇବା ପାଇଁ ସବୁ ବେଳେ ଆଗକୁ ଆସିଛନ୍ତି ଓ ଆଗାମୀ ଦିନରେ ମଧ୍ୟ ଆଗେଇ ଆସିବେ ।

ସେପଟେ ଇମ୍ରାନ ଖାନଙ୍କ ପିଟିଆଇ ପାର୍ଟିର ସମସ୍ତ ସାଂସଦ ସାମୁହିକ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ଶାହବାଜ ଶପଥ ନେବା ପରେ ସାମୁହିକ ଇସ୍ତଫା ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି, ପିଟିଆଇ ନେତା ଫବାଦ ଚୌଧୁରୀ । ଏହାରି ଭିତରେ ଇମ୍ରାନ୍ ଖାନଙ୍କ ସମେତ ତାଙ୍କ ସରକାରର ମନ୍ତ୍ରୀମାନଙ୍କୁ ଏକଜିଟ୍ କଂଟ୍ରୋଲ ତାଲିକାରେ ରଖିବା ନେଇ ହୋଇଥିବା ଆବେଦନର ଆଜି ଶୁଣାଣି କରିବେ ଇସ୍ଲାମାବାଦ ହାଇକୋର୍ଟ