ଆଜି ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଉଦଘାଟନ, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

495

କନକ ବ୍ୟୁରୋ : ଆଜି ପୁରୀଠାରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଉଦଘାଟନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଯାଇ ମେଡିକାଲ କଲେଜର ଶୁଭ ଉଦଘାଟନ କରିବେ । ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଆସି ମେଡିକାଲ କଲେଜ କ୍ୟାମ୍ପସରେ ଅବତରଣ କରିବେ । କଲେଜ ପରିସରରେ ଆୟୋଜିତ ବୈଠକରେ ଯୋଗଦେବେ ।

ଅଳ୍ପ ସମୟର ରହଣୀ ଭିତରେ ମୁଖ୍ୟମନ୍ତ୍ରୀ କଲେଜ କ୍ୟାମ୍ପସ ବୁଲିବା ସହ ଏହାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ବ୍ୟାଚରେ ମେଡିକାଲ କଲେଜର କ୍ଷମତା ମୁତାବକ ୭୦ ଛାତ୍ର ଓ ୩୦ ଛାତ୍ରୀଙ୍କୁ ମିଶାଇ ୧୦୦ ଜଣ ନାମ ଲେଖାଇଛନ୍ତି । ୧୫୦ ପ୍ରଫେସର, ରିଡର ଓ ବିଶେଷଜ୍ଞଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି । କଲେଜରେ ୪୫୦ ଏମ୍ବିବିଏସ୍ ଛାତ୍ରଛାତ୍ରୀଙ୍କ ପାଇଁ ପାଂଚ ତାଲା ବିଶିଷ୍ଟ ହଷ୍ଟେଲ ବ୍ୟବସ୍ଥା ହୋଇଛି । କଲେର ନୂଆ କୋଠା ନିକଟରେ ୬୫୦ ଶଯ୍ୟା ବିଶିଷ୍ଟ ମେଲିକାଲ ଜଲେ ଡାକ୍ତରଖାନା ନିର୍ମାଣ କରାଯାଉଛି ।

ପୁରୀ ମେଡିକାଲ କଲେଜ ଉଦଘାଟନ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ଶ୍ରେୟ ରାଜନୀତି । ବରିଷ୍ଠ ବିଜେପି ନେତା ସମ୍ବିତ ପାତ୍ର, ଏହାର ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବା ଉଚିତ ବୋଲି ଟ୍ୱିଟ୍ କରିବା ପରେ ପ୍ରତିକ୍ରିୟା ର୍ଖିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । ସାଂସ ପିନାକୀ ମିଶ୍ର ଟ୍ୱିଟ୍ କରି କହିଛନ୍ତି, ପୁରୀ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ମୋଟ୍ ୬୩୪ କୋଟି ଖର୍ଚ୍ଚ ହେବ । ଏଥିରେ ୧୭ ଦଶମିକ ୮ ପ୍ରତିଶତ ଅର୍ଥାତ୍ ୧୧୩ କୋଟି କେନ୍ଦ୍ର ସରକାର ଦେଇଛନ୍ତି ।

ବର୍ଷକୁ ପ୍ରାୟ ୪୦ କୋଟି ଟଙ୍କା ଖର୍ଚ୍ଚ ହେବ । ଯାହା ରାଜ୍ୟ ସରକାର ବହନ କରିବେ । ରାଜ୍ୟର ହିତ ପାଇଁ ଯେଉଁ ସହାୟତା ଦିଆଯାଇଛି ସେଥିପାଇଁ ଆମେ କୃତଜ୍ଞ । ଧାର୍ଯ୍ୟ ପ୍ରୋଟୋକଲ ଅନୁଯାୟୀ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ମେଡିକାଲ କଲେଜ ଉଦଘାଟନୀ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରାଯାଇଛି । ଗତକାଲି ବରିଷ୍ଠ ବିଜେପି ନେତା ସମ୍ବିତ ପାତ୍ର ଟ୍ୱିଟ୍ କରି କହିଥିଲେ ପୁରୀ ମେଡିକାଲ କଲେଜ ପାଇଁ ଖର୍ଚ୍ଚ ହେଉଥିବା ପ୍ରାୟ ୧୮୯ କୋଟିରୁ ୬୦ ପ୍ରତିଶତ ଅର୍ଥାତ୍ ୧୧୩ କୋଟି ୪୦ ଲକ୍ଷ ଟଙ୍କା କେନ୍ଦ୍ର ସରକାର ଦେଇଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଉଦ୍ଘାଟନ ନେଇ କୌଣସି ସୂଚନା ଦିଆଯାଇନାହିଁ । ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ କିମ୍ବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଡକା ହୋଇନାହିଁ ।