ବସରେ ଘରକୁ ଫେରୁଥିବା ବେଳେ ବାଟରେ ଚାଲିଗଲା ଦାଦନ ଶ୍ରମିକଙ୍କ ଜୀବନ: ବସରୁ ଓହ୍ଲାଇ ବାଇକରେ ଗାଁକୁ ଗଲା ଶବ

192

କନକ ବ୍ୟୁରୋ: ଦାଦନ ଖଟିବାକୁ ଯାଇ ଅସୁସ୍ଥ ହୋଇପଡିଥିଲେ ଦାଦନ ଶ୍ରମିକ । ସାଥୀ ଶ୍ରମିକଙ୍କ ସହ ବସ ଯୋଗେ ଘରକୁ ଫେରୁଥିଲେ । ହେଲେ ଘରେ ପହଂଚିବା ଆଗରୁ ବସ୍ ଭିତରେ ଚାଲିଗଲା ଜୀବନ । ବାଇକ୍ରେ ବୁହା ହୋଇ ଘରକୁ ଗଲା ଦାଦନ ଶ୍ରମିକଙ୍କ ଶବ । ହାଇଦ୍ରାବାଦରୁ କଳାହାଣ୍ଡି ଜୟପାଟଣା ବ୍ଲକ କାଦୋପଦର ଗାଁକୁ ଫେରୁଥିଲେ ଦାଦାନ ଶ୍ରମିକ ଗିରିଧାରି ବାଗ । ନବରଙ୍ଗପୁର ନିକଟରେ ବସ୍ ଭିତରେ ଗିରିଧାରୀଙ୍କ ଜୀବନ ଚାଲିଗଲା । ମୃତଦେହକୁ ଆମପାଣି ବିଜୁ ଏକ୍ସପ୍ରେସ ୱେରେ ଓହ୍ଲାଇ ଦେଲେ ବସ୍ କର୍ମଚାରୀ । ସେଠାରୁ ସାଥୀ ଶ୍ରମିକମାନେ ଏକ ବାଇକ୍ ଯୋଗେ ଶବକୁ ଶ୍ରମିକଙ୍କ ଗାଁକୁ ଆଣିଥିଲେ । ମାତ୍ର ୨ ମାସ ତଳେ କାମ କରିବା ଆଶାରେ ହାଇଦ୍ରାବାଦ ଯାଇଥିଲେ ଗିରିଧାରୀ । ସେଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡିଥିଲେ ।