କଟକ-ବାରବାଟୀ ଆସନ ପାଇଁ କଂଗ୍ରସର ପ୍ରାର୍ଥୀ ଘୋଷଣା କେବେ? ବିଧାୟକ ମହମ୍ମଦ ମୋକିମଙ୍କ ନିର୍ବାଚନ ଲଢିବାକୁ ନେଇ ଚିନ୍ତାରେ ଦଳ ।

160

କନକ ବ୍ୟୁରୋ: ଏପଟେ ବାରବାଟୀ-କଟକ ଆସନକୁ ଛାଡି କଟକ ସଂସଦୀୟ କ୍ଷେତ୍ରର ସମସ୍ତ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ । ଦୁର୍ନୀତି ମାମଲାରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ନିର୍ବାଚନ ଲଢିବା ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି । ଉଚ୍ଚ ଅଦାଲତଙ୍କ ଏହି ନିଷ୍ପତ୍ତି ନେଇ ସୁପ୍ରିମକୋର୍ଟ ଯାଇପାରନ୍ତି ମୋକିମ । ତେବେ ଏଭଳି ଅନିଶ୍ଚିତତା ମଧ୍ୟରେ କଂଗ୍ରେସ ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ । ଯଦି ମହମ୍ମଦ ମୋକିମଙ୍କୁ ଟିକେଟ ନମିଳେ ତ ଏହି ଆସନରୁ ତାଙ୍କ ଝିଅ ଶୋଫିଆ ଫିରଦୋସ ପାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।