ରାଜ୍ୟକୁ ପୁଣି ଫେରିଲା ତାତି । ଆଜିଠୁ ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା । ୬ଦିନ ଯାଏ ତାତିରୁ ମିଳିବନି ନିସ୍ତାର ।

3,329

କନକ ବ୍ୟୁରୋ: ସପ୍ତାହକର ସାମୟିକ ଆଶ୍ୱସ୍ତି ପରେ ପୁଣିଥରେ ରାଜ୍ୟକୁ ଫେରିଛି ଗ୍ରୀଷ୍ମ ଲହରୀ । ଆଜିଠୁ ଦିନର ତାପମାତ୍ରାରେ ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଉତର ତଥା ଉତର-ପଶ୍ଚିମ ଏବଂ ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେଉଥିବା କାରଣରୁ ପୁଣିଥରେ ରାଜ୍ୟରେ ତାତି ବଢୁଥିବା ଲକ୍ଷ କରାଯାଉଛି ।

ରବିବାର ଗଞ୍ଜାମ ପାରଳା ଖେମୁଣ୍ଡିରେ ଦିନର ତାପମାତ୍ରା ସର୍ବାଧିକ ୪୦.୫ ଡିଗ୍ରୀ ରେର୍କଡ କରାଯାଇଛି । ସେହିପରି ମାଲକାନଗିରିରେ ୩୯.୯, ଭୁବନେଶ୍ୱରରେ ୩୯.୬, ଜଗତସିଂହପୁରରେ ୩୯.୫, ଚାନ୍ଦବାଲିରେ ୩୯.୪, ଝାରସୁଗୁଡାରେ ୩୮.୯, ତାଲଚେରରେ ୩୮.୮ ଏବଂ ଯାଜପୁର, ଖୋର୍ଦ୍ଧାରେ ୩୮.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆଗାମୀ ୬ଦିନ ଯାଏ ରାଜ୍ୟରେ ହିଟ୍ୱେଭ ସ୍ଥିତି ଲାଗି ରହିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ । ଏନେଇ କଟକ, ଢେଙ୍କାନାଳ, ଯାଜପୁର, ନୟାଗଡ଼ ଏବଂ ଭଦ୍ରକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।