ହ୍ୱାଟସଆପର ବଡ ଘୋଷଣା, ଜାରିକଲା ଦମଦାର ଫିଚର

2,350

କନକ ବ୍ୟୁରୋ : ଫେସବୁକ ଫାଉଣ୍ଡର ମାର୍କ ଜୁକରବର୍ଗ ହ୍ୱାଟସଆପରେ କମ୍ୟୁନିଟ ଫିଚର ରୋଲଆଉଟ କରିବାକୁ ଘୋଷଣା କରିଛନ୍ତି । ଏହି ଫିଚରକୁ ଆଜିଠାରୁ ସାରା ବିଶ୍ୱରେ ରୋଲଆଉଟ କରାଯାଇଛି । ହେଲେ ସବୁ ଗ୍ରାହକଙ୍କୁ ଏହି ଫିଚର ମିଳିବାକୁ କିଛି ସମୟ ଲାଗିବ ବୋଲି କୁହାଯାଇଛି ।

ହ୍ୱାଟସଆପ କମ୍ୟୁନିଟ ଫିଚର ବାବଦରେ କମ୍ପାନୀ ତରଫରୁ ଚଳିତବର୍ଷ ପ୍ରାରମ୍ଭରେ ଘୋଷଣା କରାଯାଇଥିଲା । କମ୍ପାନୀ ତରଫରୁ ଏହାକୁ ଅନେକ ଜୋନରେ ଟେଷ୍ଟ କରାଯାଇଛି । ଏହି ଫିଚରରେ ୟୁଜର୍ସ ଗ୍ରୁପ ଯୋଡି ହୋଇପାରିବେ । ଏହା ଗ୍ରୁପ ମଧ୍ୟରେ ଏକ ଗ୍ରୁପ ଅଟେ । ଅର୍ଥାତ ଗୋଟିଏ ଗ୍ରୁପର କିଛି ସିଲେକଟେଡ୍ ଲୋକଙ୍କୁ ଆପଣ ଏକ ସବ୍ ଗ୍ରୁପ କରି ସେମାନଙ୍କୁ ସ୍ୱତନ୍ତ୍ର ଭାବେ ମେସେଜ କରିପାରିବେ ।

ହ୍ୱାଟସଆପ୍ କମ୍ୟୁନିଟ ଫିଚରରେ କମ୍ପାନୀ, ପଡୋସୀ, ସ୍କୁଲ ଓ କର୍ମସ୍ଥଳୀରୁ ଅବିଭାବକଙ୍କୁ ଟାର୍ଗେଟ କରିବ । ବ୍ୟବହାରକାରୀମାନେ ଏକ ବଡ ଗ୍ରୁପରୁ ମଲ୍ଟିପଲ ଗ୍ରୁପ କରି କନେକ୍ଟ ହୋଇପାରିବେ   । କମ୍ପାନୀ ତରଫରୁ ଏଥିପାଇଁ ୫୦ ରୁ ଅଧିକ ସଂଗଠନ ସହିତ ୧୫ ଦେଶରେ କାମ କରୁଛି ।

ବ୍ୟବହାରକାରୀମାନେ ଏହି ଫିଚରକୁ ବ୍ୟବହାର କରିବାକୁ ଆଣ୍ଟ୍ରଏଡ ଫୋନ ଚାଟ୍ ଅପସନର ଟପରେ ଥିବା ଆଇଓଏସ ବଟମରେ ଥିବା ଟ୍ୟାବ୍ ଉପରେ କ୍ଲିକ କରିବାକୁ ପଡିବ । ଏଠାରେ ବ୍ୟବହାରକାରୀମାନେ କମ୍ୟୁନିଟର ନୂଆ ଗ୍ରୁପ କିମ୍ବା ପ୍ରଥମେ ଥିବା ଗ୍ରୁପ ଆଡ କରି ଷ୍ଟାର୍ଟ କରିପାରିବେ ।