ଆଜାଦୀ ମାର୍ଚ୍ଚ ଉପରକୁ ଗୁଳିମାଡ, ଇମ୍ରାନ ଖାନ ସମେତ ୫ ଆହତ

155

କନକ ବ୍ୟୁରୋ : ପାକିସ୍ତାନର ଗୁଞ୍ଜରୱାଲା ଠାରେ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରାଲି ଉପରକୁ ଗୁଳିମାଡ ହୋଇଛି । ଏହି ଗୁଳିମାଡରେ ଇମ୍ରାନ ଖାନଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି    । ସେମାନଙ୍କୁ ମେଡିକାଲକୁ ନିଆଯାଇଛି ।

ସୂଚନା ମୁତାବକ ଏବେ ଇମ୍ରାନ ଖାନ ତାଙ୍କ ସରକାରଙ୍କ ବିରୋଧରେ ଏକ ଆଜାଦୀ ମାର୍ଚ୍ଚ ଚଳାଇଛନ୍ତି । ଏହି ମାର୍ଚ୍ଚ ବା ରାଲି ଆଜି ଗୁଞ୍ଜରୱାଲା ନିକଟରେ ଯାଉଥିବା ବେଳେ ହଠାତ ତାଙ୍କ ରାଲି ଉପରକୁ ଗୁଳିମାଡ ହୋଇଥିଲା । ଏହି ଗୁଳିମାଡ ଇମ୍ରାନଙ୍କ କଣ୍ଟେନର ନିକଟରେ ହୋଇଥିବାରୁ ଇମ୍ରାନ ଖାନଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି ।

ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ଲଗାତର ଭାବେ ସରକାରଙ୍କ ବିରୋଧରେ ଶୋଭାଯାତ୍ରା କରୁଛନ୍ତି । କିଛିଦିନ ତଳେ ସେନାର ଉଚ୍ଚପଦସ୍ଥ ଅଧିକାରୀଙ୍କ ବିରୋଧରେ ବି ବୟାନ ଦେଇଥିଲେ ଇମ୍ରାନ । କୁହାଯାଉଛି କି ଆଜି ଇମ୍ରାନଙ୍କ ରାଲି ଉପରକୁ ପୋଲିସ ଗୁଳି କରିଛି ।