ସିଝୁଛି ସାରା ଓଡ଼ିଶା । ୧୦ ସହରର ପାରଦ ଛୁଇଁଲା ୪୦ଡିଗ୍ରୀ, ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡ଼ା ।

98

କନକ ବ୍ୟୁରୋ: ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଛି । ୧୦ଟି ସହରର ପାରଦ ୪୦ ଡିଗ୍ରୀ ଉପରକୁ ଯାଇଥିବାବେଳେ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଝାରସୁଗୁଡ଼ାରେ ପାରଦ ୪୨.୬ ଡ଼ିଗ୍ରୀକୁ ଛୁଇଁଛି । ପାଣିପାଗ ବିଭାଗ ପୂର୍ବାନୁମାନ କହୁଛି ମୌସୁମୀ ଓଡ଼ିଶା ଛୁଇଁବାରେ ବିଳମ୍ବ ରହିଥିବା ଯୋଗୁଁ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ବିଶେଷକରି ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ତାତି ଅସହ୍ୟ ହେବ ବୋଲି କୁହାଯାଇଛି।

ଅନ୍ୟପଟେ ଅନୁଗଳରେ ୪୨.୧ ଡିଗ୍ରୀ ସେଲସିୟସ, ସମ୍ବଲପୁରରେ ୪୨.୦, ହୀରାକୁଦରେ ୪୧.୬, ତାଳଚେରରେ ୪୦.୫, ସୋନପୁରରେ ୪୦.୨, ସୁନ୍ଦରଗଡ଼ରେ ୪୦.୦, ଭବାନୀପାଟଣାରେ ୪୦.୦, ବଲାଙ୍ଗୀର ୪୦.୦ ଏବଂ ଟିଟିଲାଗଡ଼ରେ ୪୦.୦ ଡିଗ୍ରୀକୁ ପାରଦ ଛୁଇଁଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଜାରି ବୁଲେଟିନରେ କୁହାଯାଇଛି ।