ସ୍ମାର୍ଟ ସିଟିରେ ସ୍ମାର୍ଟ ବ୍ୟବସ୍ଥା : ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ପାଣି ଏଟିଏମ୍

31

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଏଣିକି ଏଟିଏମ୍ ସ୍ୱାପ୍ କଲେ ମିଳିବ ପାଣି । ଟଙ୍କା ବାହାରିଲା ଭଳି ଏଟିଏମରୁ ବାହାରିବ ପାଣି ।ରାଜଧାନୀ ଭୁବନେଶ୍ୱରରେ ଏଭଳି ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି ନଗର ଉନ୍ନୟନ ବିଭାଗ । ଆସନ୍ତା ୬ ମାସ ମଧ୍ୟରେ କାର୍ଯ୍ୟକରୀ ହେବ ଏହି ପାଣି ଏଟିଏମ୍ । ସ୍ମାର୍ଟ ସିଟିରେ ସ୍ମାର୍ଟ ବ୍ୟବସ୍ଥା । ଏଟିିଏମରେ ଉପଲବ୍ଧ ହେବ ପାଣି । ଏଟିିଏମ ସ୍ୱାପ୍ କଲେ ଟଙ୍କା ଭଳି ବାହାରିବ ପାଣି । ଭୁବନେଶ୍ୱରରେ ଏଭଳି ବ୍ୟବସ୍ଥା କରିବାକୁ ଯାଉଛି ନଗର ଉନ୍ନୟନ ବିଭାଗ । ରାଜଧାନୀର ୨୦ଟି ବସ୍ତିରେ ୪୦ଟି ପାଣି ଏଟିଏମ ପ୍ରତିଷ୍ଠା ହେବା । ଲିଟର ପ୍ରତି ୩୦ ପଇସାରେ ମିଳିପାରିବ ବିଶୁଦ୍ଧ ପାନୀୟ ଜଳ । ଏଥିପାଇଁ ଗ୍ରାହକଙ୍କୁ ମିଳିବ ସ୍ମାର୍ଟକାର୍ଡ । ଏହି ପ୍ରକଳ୍ପରେ ପାଖାପାଖି ୫ କୋଟି ଟଙ୍କା ଖର୍ଚ୍ଚ ହେବ ।

୬ ମାସ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ରାଜଧାନୀରେ ବସବାସ କରୁଥିବା ବସ୍ତିବାସିନ୍ଦା ପାଇଁ ବେଶ ଲାଭଦାୟକ ହୋଇପାରିବ ଏହି ବ୍ୟବସ୍ଥା । ଖରା ଦିନେ  ପାନୀୟ ଜଳ ପାଇ ପାରିବା ସାଙ୍ଗକୁ ବସ୍ତି ଅଚଂଳରେ ପାଣି ଯୋଗୁଁ ବ୍ୟାପୁଥିବା ବିଭିନ୍ନ ମାରାତ୍ମକ ରୋଗରୁ ଲୋକ ଦୂରରେ ରହିପାରିବେ ।  ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ଷ୍ଟାଣ୍ଡପୋଷ୍ଟ ଓ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେଉଛନ୍ତି , ହେଲେ ଅନେକ ସମୟରେ ଲୋକଙ୍କ ପାଖରେ ପାଣି ପହଂଚୁନଥିବା ଅଭିଯୋଗ ହେଉଛି । କିନ୍ତୁ ଏହି ପାଣି ଏଟିଏମ୍ ହେଲେ ଆହୁରୀ ସୁବିଧାରେ ଲୋକେ ପିଇବା ପାଣି ପାରପାରିବେ ।