ରହସ୍ୟ ଘେରରେ ଭିସୁଟ୍ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ : ପୁରୁଷ ବନ୍ଧୁ ପ୍ରୀତିମାନଙ୍କ ହେବ ଲାଏ ଡିଟେକ୍ସନ୍ ଟେଷ୍ଟ

155

କନକ ବ୍ୟୁରୋ : ଭିସୁଟ୍ ଛାତ୍ରୀ ଚିନ୍ମୟୀ ସାହୁଙ୍କ ପୁରୁଷ ବନ୍ଧୁ ପ୍ରୀତିମାନଙ୍କ ହେବ ଲାଇ ଡିଟେକ୍ସନ ଟେଷ୍ଟ । ପ୍ରୀତିମାନଙ୍କ ସହ ମାନସ ଟୁଡୁଙ୍କର ମଧ୍ୟ ଲାଇ ଡିଟେକ୍ସନ ଟେଷ୍ଟ ହେବ । ଲାଇ ଡିଟେକ୍ସନ ଟେଷ୍ଟ ଭୁବନେଶ୍ୱର ଫରେନସିକ ଲ୍ୟାବରେ ହେବ । ଏଥିପାଇଁ ସମ୍ବଲପୁର ପୋଲିସର ଏକ ଟିମ୍ ୨ଜଣଙ୍କୁ ଭୁବନେଶ୍ୱର ଆଣିଛି । ସେହିପରି ଅଧିକ ତଦନ୍ତ ପାଇଁ ପୋଲିସର ଆଉ ଦୁଇଟି ଟିମ୍ ବଲାଙ୍ଗିର ଓ ସୋନପୁର ଯିବ ବୋଲି ଜଣାପଡ଼ିଛି । ଏହା ସହ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ପିନ୍ଧିଥିବା ପୋଷାକକୁ ପରୀକ୍ଷା ପାଇଁ ପଠାଇବ ପୋଲିସ ।

ଏହାରି ଭିତରେ ଚିନ୍ମୟୀଙ୍କ ମୃତ୍ୟୁକୁ ୪ ଦିନ ବିତିଯାଇଥିଲେ ବି ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସେପଟେ ଚିନ୍ମୟୀଙ୍କ ମୃତ୍ୟୁର ତଦନ୍ତ କରୁଥିବା ଟିମ୍ ତାଙ୍କ ଭଡ଼ାଘର ଛାନଭିନ୍ କରିଛି । ଘରୁ ତଦନ୍ତକାରୀ ଟିମକୁ ଏକ ଲାପଟପ୍ ଓ ଡାଏରୀ ଜବତ କରିଛି । ଡାଏରୀରେ ଥିବା ହସ୍ତାକ୍ଷର ଚିନ୍ମୟୀଙ୍କର ନା ନୁହେଁ, ସେଥିପାଇଁ ବିଶେଷଜ୍ଞଙ୍କ ସହାୟତା ନିଆଯିବ । ଏହି ଡାଏରୀରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରେ । ଡାଏରୀରୁ ମୃତ୍ୟୁର ରହସ୍ୟ ଫିଟିବା ନେଇ ପୋଲିସ ଆଶାବାଦୀ ଅଛି ।